STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
188


ଉତ୍କଳ ସଂସ୍କୃତି ଉତ୍କଳ ଗୌରବ


ଗୌରବ ପୂର୍ଣ୍ଣ ଟି ଭବେ,


ସବୁ କ୍ଷେତ୍ରେ ତାର ଗୌରବର ଗାଥା


ବର୍ଣ୍ଣିତ ହୋଉଛି ଭବେ।୧।


ବଡ଼ଦେଉଳର ବଡ଼ ଠାକୁରଙ୍କ


ନାମ ଗୁଞ୍ଜୁ ଅଛି ଭବେ,


ଅଂଗ୍ରେଜୀ ଶାସକ ବିଦ୍ରୋହ ପ୍ରଥମ


ଆନ୍ଦୋଳନ ଗୁଞ୍ଜେ ଭବେ।୨।


ପାଇକ ବିଦ୍ରୋହ ଇତିହାସ ହେଲା


ଅପୂର୍ବ ଗୌରବ ଏଠି,


ଖଣ୍ଡାୟତଙ୍କର ବୀରତ୍ବରେ ଭରା


ବିଦ୍ରୋହର ଗାଥା ଏଠି।୩।


ସାଂସାରିକ କାର୍ଯ୍ୟେ ସମ୍ପନ୍ନ ଉତ୍କଳ


ଭକ୍ତିର ଗୁଞ୍ଜନ ଗୁଞ୍ଜେ,


ଜଗନ୍ନାଥ ନାମ ଗୁଞ୍ଜୁ ଥାଏ ଏଠି


ରାମକୃଷ୍ଣ ନାମ ଗୁଞ୍ଜେ।୪।


ନୀଳଚକ୍ର ବାନା ଉଡୁଅଛି ଏଠି


ଧର୍ମପରାୟଣ ଭୂମି,


ପଟାନ୍ତର ନାହିଁ ଏହାର ମହିମା


ବଡ଼ଠାକୁରଙ୍କ ଭୂମି।୫।


ପ୍ରେମ ଭକ୍ତି ଶ୍ରଦ୍ଧା ଭୂମିରେ ଜଡ଼ିତ


ଉତ୍କଳ ପବିତ୍ର ଭୂମି,


ଲିଙ୍ଗରାଜ ଭୂମି ଜଡ଼ିତ ତହିଁରେ


ମହାଦେବଙ୍କର ଭୂମି।୬।


ସବୁ ଗୁଣେ ଅଛି ନିପୁଣ ଏ ଭୂମି


ପବିତ୍ର ଉତ୍କଳ ଭୂମି,


ସ୍ବର୍ଗ ଦ୍ବାର ପୁଣି ଶାସ୍ତ୍ରରେ ବର୍ଣ୍ଣିତ


ଗୌରବର ଏହି ଭୂମି।୭।


ଉତ୍କଳ ସଂସ୍କୃତି ଉତ୍କଳ ଗୌରବ


ଗୌରବ ପୂର୍ଣ୍ଣ ଟି ଭବେ,


ସବୁ କ୍ଷେତ୍ରେ ତାର ଗୌରବର ଗାଥା


ବର୍ଣ୍ଣିତ ହୋଇଛି ଭବେ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract