STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଉତ୍କଳ ଗୌରବ ମଧୁସୂଦନ

ଉତ୍କଳ ଗୌରବ ମଧୁସୂଦନ

1 min
222


ଓଡ଼ିଆ ଭାଷାକୁ ଓଡିଶାକୁ ତୁମେ ହିଁ ତ ଦେଇଥିଲ ସମ୍ମାନ

ହୃଦୟ ରେ ମନେ ପଡୁଅଛ ଭୀଷ୍ମ ପିତାମହ ମଧୁସୂଦନ

ଓଡ଼ିଆ ଭାଷା ପାଇଁ ଝୁରୁ ଥିଲା ସବୁଠି ତୁମରି ପ୍ରାଣ

ତୁମ କବିତା ତୁମ ଲେଖନୀ ଦେହେ ଭରିଲା ଶିହରଣ

କଟକର ସତ୍ୟ ଭାମା ପୁରେ ତୁମେ

ହୋଇ ଥିଲ ଜନମ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ କରିଥିଲ ଉଦ୍ୟମ 

ଓଡ଼ିଆ ଭାଷାକୁ ବଞ୍ଚାଇବା ଲାଗି ତୁମେ କରିଥିଲ ସ୍ୱର ଉତ୍ତୋଳନ

ଓଡ଼ିଆ ପୁଅକୁ ଜାଗ୍ରତ କରାଇ କରିଥିଲା ଉତ୍କଳର ଗୁଣଗାନ

ଉତ୍କଳ ପ୍ରଦେଶ ଗଠନରେ ଥିଲା ତୁମର ତ ମୁଖ୍ୟ ଅବଦାନ

ଓଡ଼ିଆ ଭାଷା ଓଡିଶା ମାଟିରେ ସମର୍ପିତ ଥିଲା ତୁମରି ମନ

ଉତ୍କଳର ମଧୁ ବାବୁ ମଧୁ ବାରିଷ୍ଟର

ବୋଲାଇଲ

କୋଟି ଓଡ଼ିଆଙ୍କ ହୃଦୟରେ ତୁମେ ଅମର ହୋଇ ରହିଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational