STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସ

1 min
241

ଉତ୍କଳ ଗୌରବ କୂଳବୃଦ୍ଧ ମଧୁସୂଦନ ଦାସ

------------------------------------------

ସୁସ୍ମିତା ମିଶ୍ର. ( ସିଉ )

ଧନୁପାଲି, ସମ୍ବଲପୁର।

-------------------------

୨୮ଏପ୍ରିଲ୧୮୪୮,କଟକ,ସତ୍ୟଭାମା ପୁର,

ଜନମ ହୋଇଥିଲେ ପ୍ରଥମ ଓଡ଼ିଆ ବାରିଷ୍ଟର।

ପାର୍ବତୀ ଦେବୀଙ୍କ ଗରଭ,ଚୌଧୁରୀ ରଘୁନାଥଙ୍କ ଔରସ,

ଜନମ ଦେଇଥିଲା ଉତ୍କଳ ଗୌରବ ମଧୁସୂଦନ ଦାସ।

ସେ ଥିଲେ ଏକାଧାରରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ,

   ବାରିଷ୍ଟର,ଅଧ୍ୟାପକ,

ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା,

   ପୁଣି ଥିଲେ କବି,ଲେଖକ।

ସେ ଥିଲେ ଓଡ଼ିଶା ମାଆ ର ପୁଅ ପ୍ରଥମ ବାରିଷ୍ଟର,

ପ୍ରଥମ ବିଧାନସଭା ସଦସ୍ୟ ଓଡ଼ିଶା-ବିହାର।

ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ଏମ.ଏ,

ବିଲାତ ଯାତ୍ରୀ,ମନ୍ତ୍ରୀ, ଏଲ.ଏଲ.ବି ଥିଲେ, ଓଡ଼ିଶାର ପ୍ରଥମ।

ଓଡ଼ିଶାର ବିଛିନ୍ନାଂଚଳ କୁ କରିବାକୁ ଏକତ୍ରିକରଣ,

ସଂଗ୍ରାମ କରିବା ସହ ସିଏ କରିଥିଲେ ନିଜ ଜୀବନ ପଣ।

ଭାଷା ଭିତ୍ତିରେ ଭାରତରେ ପ୍ରଥମ ରାଜ୍ୟ ଭାବରେ,

ତାଙ୍କ ପାଇଁ ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ହେଲା ପ୍ରତିଷ୍ଠା,

ମଧୁବାବୁଙ୍କ ଭାଷା ଆନ୍ଦୋଳନର ସଂଗ୍ରାମ,

ସଫଳ ଭାବରେ ରୂପାୟନ ହୋଇଥିଲା ତାଙ୍କ ପ୍ରଚେଷ୍ଟା।

ଦୀନ ଦୁଃଖୀ ରଙ୍କି ନିମ୍ନ ଜାତିଙ୍କ ଦାରିଦ୍ର୍ୟତା ଦେଖି,

 ତାଙ୍କ ମନ ଅତ୍ୟନ୍ତ ଦୁଃଖୀ ହୋଇ କାନ୍ଦୁଥିଲା,

ସେ ପାଇଁ ଉତ୍କଳ ଟ୍ୟାନେରୀ,ଉତ୍କଳ ଆର୍ଟ ୱାର୍କସ ,

 ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇ ପାରିଥିଲା।

ପର ଦୁଃଖେ ଦୁଃଖୀ ହୋଇ କାନ୍ଦୁଥିଲା ତାଙ୍କ ମନ,

ସେ ଥିଲେ ଉତ୍କଳ ଜନନୀ ର କାଳଜୟୀ ସନ୍ତାନ।

ସେ ଥିଲେ ଉତ୍କଳ ଗୌରବ କୂଳବୃଦ୍ଧ ମଧୁସୂଦନ ଦାସ,

ଉତ୍କଳ ଜନନୀ ପାଇଁ କାମ କରୁଥିଲେ ହୋଇ ହସ ହସ।

ସେ ଥିଲେ ଓଡ଼ିଶା ମାଆ ର ବରପୁତ୍ର, ଅନନ୍ୟ ଅପ୍ରତିମ ଉତ୍କଳ ଗୌରବ,

ସେ ଥିଲେ ଓଡ଼ିଆ ପୁଅ,ହେଲେ ବିଛ୍ହୁରିତ କରିଥିଲେ ତାଙ୍କ ସୁଗୁଣ ସୌରଭ।

ତାଙ୍କ ପରି ଉତ୍କଳ ଜନନୀ ର ସନ୍ତାନ,

ନା ଜନମି ଥିଲେ ନା ହେବେ ଜନମ,

ସେ ଥିଲେ, ଅଛନ୍ତି ସଦା ରହିଥିବେ ଓଡ଼ିଶା ମାଆ ର ପୁତ୍ର ସୁଯୋଗ୍ୟତମ।

ଆଜ ହେ ସ୍ୱର୍ଗୀୟ ମହାନାୟକ ପୁରଷ ମହାନ,

ଘେନ ଆମ୍ଭ ସମସ୍ତ ଉତ୍କଳବାସୀଙ୍କ ପ୍ରଣାମ।

ଧନ୍ୟ ଧନ୍ୟ ତୁମେ ମଧୁସୂଦନ,

ମାଟିମାଆ ଓ ତା ଭାଷା ରକ୍ଷଣ,

ପାଇଁ ତୁମ ଶ୍ରମଦାନ, ତୁମ ଶ୍ରମଦାନ।

ସେଥିପାଇଁ ତୁମ ପରି ହେବା ପାଇଁ ସଭିଏଁ ଚାହାଁନ୍ତି,

ଓ ଖୁସି ମନରେ ଆବାଳବୃଦ୍ଧବନିତା ଗଆନ୍ତି,

 ପାଠ ପଢିବି ଓକିଲ ହେବି,

 କାଳିଆ ଘୋଡ଼ା ରେ ଚଢିବି,

 ମାଆ ମାଟି,ମାତୃଭାଷା ପାଇଁ,

 ମଧୁବାବୁ ପରି ମୁଁ ବି ଲଢ଼ିବି।


    


Rate this content
Log in

Similar oriya poem from Inspirational