STORYMIRROR

Mrs. SASMITA DAS

Classics

3  

Mrs. SASMITA DAS

Classics

ଉତ୍କଳ ଗାଥା

ଉତ୍କଳ ଗାଥା

1 min
12.1K

ଉତ୍କଳ କଳିଙ୍ଗ

ମୋ ଓଡ଼ିଶା ଗାଥା

ନୁହେଁ ମୁଁ ସମର୍ଥ

କରିବାକୁ ବାଖ୍ଯା

      ମନର କୋଣରେ

      ଉଙ୍କିମାରେ କାହିଁ

      ମୋ ଓଡ଼ିଶା ଗୌରବ

     ମନେ ସ୍ମରେ ମୁହିଁ

ଦେବ ଦେବୀ ପୀଠ

ଆମର ଏୈତିହ୍ଯ

ପୁ୍ଣ୍ଯତୋୟା ପ୍ରାଚୀ

କଳକଳ ନାଦ

ମହୋଦଧୀ ତଟ

ପବିତ୍ର ଉତ୍କଳ

           ମଙ୍ଗଳା- ଶାରଳା -ବିରଜା-ବିମଳା

           ପୁଣି ବିଜେ ଯହିଁ 

           ଆମ ପ୍ରଭୁ ଜଗନ୍ନାଥ

            କବି ଜୟଦେବ

           ବଳରାମ ଦାଶ

            ଉତ୍କଳର  ସେ

           ସୁଯୋଗ୍ଯ ସନ୍ତାନ

ଉତ୍କଳ ଗୌରବ

ଉତ୍କଳର ମଣି

ଜାତି ସମ୍ମିଳନୀ

ଢାଳି  ଚିନ୍ତାଶକ୍ତି

କରନ୍ତି ସମୃଦ୍ଧି

           ଜାତୀୟ ଚେତନା

           ସମୃଦ୍ଧି କାମନା

           ଜାତିପ୍ରାଣ ଜାଗୁ

           ଆମରି  ହୃଦରୁ

କିଛି କରିଯିବା

ଆମରି ଉତ୍କଳେ

ଉତ୍କଳ ଗୌରବ

ସ୍ମର ରହୁ ମନେ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics