Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Classics Others

4.1  

Pranati Jena

Classics Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
326



1936ଏପ୍ରିଲ 1ତାରିଖ ଉତ୍କଳୀୟ ପାଇଁ 

  ଗର୍ବ ଗୌରବରେ ଭରା, 

ସ୍ୱତନ୍ତ୍ର ଦିବସେ ସ୍ଥାନ ଥିଲା ପାଇ 

  ଓଡିଶା ଦିବସ ପରା... ।


ପ୍ରାଚୀନ ଓଡିଶା ପରିବ୍ୟାପ୍ତ ଥିଲା 

  ଗଙ୍ଗାଠାରୁ ଗୋଦାବରୀ, 

ଉତ୍କଳ ଗୌରବ ଦିଗ ଦର୍ଶନେ ଭରା 

  ସ୍ୱତନ୍ତ୍ର ପ୍ରଦେଶ କରି.....।


ଏପ୍ରିଲ ପହିଲା ସ୍ୱତନ୍ତ୍ର ଉତ୍କଳ 

  ସ୍ବପ୍ନ ର ସମ୍ଭାର ନେଇ,

ମଧୁବାବୁ ଙ୍କର ଶତଚେଷ୍ଟା ଫଳ 

  ହୃତ ଗୌରବ ଫେରାଇ.....। 


1568ରେ ଶ୍ରୀ ମୁକୁନ୍ଦ ଦେବଙ୍କ ଦେହାନ୍ତରେ 

   ବିଟ୍ରୀଶୀ ଠାରୁ ଅଲଗା, 

ଆନ୍ଦୋଳନ କରି ରାଜ୍ୟ ଗଠନ ରେ 

   ପ୍ରଥମ ରାଜ୍ୟ ଓଡିଶା.... ।


ସାର ଅଷ୍ଟିନି ହଵାକ ଓଡିଶା ର 

  ରାଜ୍ୟପାଳ ପହିଲା ର 

ସ୍ୱତନ୍ତ୍ର ପ୍ରଦେଶ ପାଇଁ କର୍ଣ୍ଣଧାର 

  ମାନଙ୍କୁ ସଂମ୍ମାନ ମୋର.... ।


ଉତ୍କଳ ର କଳା ସଂସ୍କୃତି ମଣ୍ଡିତ 

 ପ୍ରଭୁ ଫୁଣି ଜଗନ୍ନାଥ, 

ସବୁଜିମା ଭରା ରଙ୍ଗେ ରଙ୍ଗାୟୀତ 

  ଶସ୍ୟ ଶ୍ୟାମଳା ମଣ୍ଡିତ... ।


ଇତିହାସ ତାର ବୀରତ୍ୱ ରେ ଭରା

   ସର୍ବଧର୍ମ ସମନ୍ୱୟେ,

ତା ପାଣି ପବନ ଅମୃତ ପସରା

   ଭୁଲି କି ପାରିବ କିଏ...।


ଉତ୍କଳ ଦିବସେ ଶପଥ ଆମର 

 ଲକ୍ଷ୍ୟ ହେଉ ସଦା ସତ, 

ଲକ୍ଷେ ଦୁର୍ଦ୍ଦଶାର ଜଟିଳ ମୋଡ଼ ର

 ହେଉ ସଦା ପରାହତ....।।

 


Rate this content
Log in

Similar oriya poem from Classics