STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
13.9K


ଓଡ଼ିଆ ଆମେରେ ସବୁରି ଆଗେ 

    ଉର୍ଦ୍ଧେ ଆମରି ମଥା

ଗରବେ କହିବା ଓଡ଼ିଆ ଆମେରେ

   ଓଡ଼ିଆ ମୋ ମାତୃଭାଷା.....

ଆମରି ଠାକୁର ଜଗତର ନାଥ

   ସରଗ ସେ' ମହୋଦଧି

ଉତ୍କଳ ଜନନୀ ପାଦଧୌତ କରେ

   ସରିତ ସେ' ମହାନଦୀ....

ଆମରି ମାଟିର ଭଞ୍ଜ , ଗୋପବନ୍ଧୁ

    ଦୟାଦ ଆମେ ତାଙ୍କରି

ବାଜିଆ ରକତ ବହୁଛି ଏ ଦେହେ

   ହେବରେ କେ ଆମସରି....

ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ

    ନୂଆଁଇଛି ତାର ମଥା

ଜଗତ ଜାଣିଛି ତୁମେ' ବି ଜାଣିଛ

    ଏଇ ଇତିହାସ କଥା....

ମଧୁଗନ୍ଧ ଛୁଟେ ମାଟିରୁ ଆମରି

  ସ୍ନେହ ବୋଳା ଆମଭାଷା

ଭଗ୍ନ କୋଣାରକ ଗର୍ବେ କୁହେ ଆଜି

    ଆମ କିରତୀର ଗାଥା....

ଗରବେ କହିବା ଓଡ଼ିଆ ଆମରେ

   ଓଡ଼ିଆ ଆମ ଭାଷା

ଡ଼ରିବାନି କେବେ ନୂଆଁଇକି ମଥା

   ହଉ ସେ' ପରାଣ ବ୍ୟଥା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational