STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ରୋଦନେ ଉତ୍କଳେଶ୍ବରୀ-ଉତ୍କଳ ଦିବସ

ରୋଦନେ ଉତ୍କଳେଶ୍ବରୀ-ଉତ୍କଳ ଦିବସ

1 min
13.3K


ମଧୁବାବୁ ଆଉ ପାରଳା ନରେଶ 

ଲଗାଇଲେ ବୋଲି ବାଜି

ଭାରତ ବରଷେ ଓଡିଶା ରାଇଜ

ଦେଖୁଅଛେ ଯାହା ଆଜି.....0

ସ୍ବତନ୍ତ୍ର ହେଇବି ଉତ୍କଳ ଜନନୀ

ଅତୀତକୁ ହୁଏ ଝୁରି

ହସ୍ତ,ପଦ ତାର ଖଣ୍ଡିତ ହୋଇଛି

ଆଶା ତା' ଯାଇଛି ମରି.....୧

ସହସ୍ରାଧିକରୁ ଆହୁରି ଅଧିକ

ଲଢିଛି ଓଡ଼ିଆ ଜାତି

ତଥାପି ବଞ୍ଚିତ ଭାରତେ ଲାଞ୍ଛିତ

ଆଜି ଏ' ଉତ୍କଳ ବାସୀ.....୨

ବିଛିନ୍ନାଞ୍ଚଳଟା ଭାଷାହୀନ ଏବେ

ମାଆଠୁ ପୁଅ ଅଲଗା

ଆଇନ୍ ଆଣିକି ଗର୍ଜୁଛି ନେତାଟା

ଓଡ଼ିଆ ଫଳକ ଲଗା.....୩

ଗଣତନ୍ତ୍ରର ଏ' ଭାରତ ବରଷେ

କାନ୍ଦୁଛି କଳିଙ୍ଗ ମାଟି

ଥୋକାଏ ଏବକୁ ଅଣ୍ଟା ଭିଡ଼ିଲେଣି

ଓଡ଼ିଶାର ବାଣ୍ଟ ଲାଗି.....୪

ଏ' ମାଟି ପୁଅଟା ଖଟୁଛି ଦାଦନ

ଯେ' ଥିଲା ଦିନେ ବଣିକ

ସ୍ବର୍ଣ୍ଣ ଚଢେଇର ଏ' ରାଇଜ ମୋ'

ଭାରତେ ଆଜି ଦରିଦ୍ର.....୫

ସେବା ମନବୃତି ଛାଡିଛି ସେବକ

ଲୋକେ ଛାଡିଲେଣି ଚାଷ

ଦିସାହୀନ ନୀତି ହେବକି ପ୍ରଗତି!!

ପାଳିକି ଖାଲି ଦିବସ.....୬

କାନକୁ ପତାଇ ଶୁଣ ପୁତା ଗଣ

ରୋଦନେ ଉତ୍କଳେଶ୍ବରୀ

ତା' ହୃଦ ବକ୍ଷରୁ ଲୁହ ନୁହେଁ ସେହୁ

ଲହୁ ପଡୁଅଛି ଝରି....୭

ଜାଗ ଭ୍ରାତାଗଣ ହୁଅ ସାବଧାନ

ଜାଗ କବିଗଣ ତୁମେ

ଲେଖନୀରେ ତୁମ ଅଗ୍ନିବର୍ଷା କର

ଉତ୍କଳର ସନମାନେ....୮

ବିବେକ ଲଗାଇ ଅତୀତକୁ ହେଜି

ଶାସକେ ଗଢନ୍ତୁ ନୀତି

ବିଛିନ୍ନାଞ୍ଚଳକୁ ମିଶାଇ ପାରିଲେ

ଜନନୀ ଲଭନ୍ତା ଶାନ୍ତି......୯

ଯୁଗଜନ୍ମା ଯେତେ ସରଗ ପୁରରୁ

ଫୁଲ ବରଷାନ୍ତେ ନିତି....୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational