STORYMIRROR

Santosh Pattnayak

Inspirational

2.5  

Santosh Pattnayak

Inspirational

କବିତା

କବିତା

1 min
14.2K


ଉଠ ସୁପ୍ତ ଯେତେ ବରଜି ନିଦ୍ରିତ

ଉଷା କାଳ ଆବର୍ତ୍ତନ

【ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା, ଗଞ୍ଜାମ】


ଉଇଁଲେ ପୂରୁବେ ବିଭାବସୁ ଯେବେ

ଉଭାନ ହୋଇଲେ ନିଶା

ଉଷାରାଣୀ ଶୋଭା ଲୋହିତ ବର୍ଣ୍ଣରେ

ଉଲ୍ଲସିତ ମନ ଆଶା..

ଉଷତ ହୋଇକି ସଖୀଏ ସରିତେ

ଉଷା କାଳ ସ୍ନାନରତେ,

ଉତ୍ସାହେ ଛାଟନ୍ତି ଜଣେ ଆନ ଜଣେ

ଉଦ୍ଦାମ ଇଙ୍ଗିତ ରତେ….

ଉତ୍କଳୀ ସୁମରେ ବିଭୁପଦ ଆଶେ

ଉତ୍ସର୍ଗିତ ତନୁମନ,

ଉଠ ସୁପ୍ତ ଯେତେ ବରଜି ନିଦ୍ରିତ

ଉଷା କାଳ ଆବର୍ତ୍ତନ…


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational