STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଓଡ଼ିଆ ନବବର୍ଷ

ଓଡ଼ିଆ ନବବର୍ଷ

1 min
3.1K


ଫଗୁଣଟା ଦେଲା ରଙ୍ଗର ପସରା

  ଚଇତେ ଚଇତି ଯାତ

ବୈଶାଖେ ଚାଲିଛି ଝାମୁ, ଦଣ୍ଡଯାତ

  ଆଜି ତାହା ଉତ୍‌ଯାପିତ....

ନବ ବରଷର ଆଗମନ ଜାଣି

 ପ୍ରକୃତି କରେ ସ୍ବାଗତ

ଶୁଭ ଲଗନର ବିଷୁବ ବେଳାଟା

  ହେଲା ଆଜି ଉପନୀତ.....

ସବୁଠୁ ନିଆରା ଆମ ପରମ୍ପରା

  ବିଜ୍ଞାନ ତ ସହମତ

ସଭ୍ୟତା, ସଂସ୍କୃତି କର୍ତ୍ତବ୍ୟ, ଦାୟିତ୍ବ

  ଶିଖାଏ ସେ' ଅବିରତ.....

ଉତ୍କଳିୟ ପାଇଁ ଗୌରବ ଏ ଦିନ

  କାଳେ କାଳେ ଥିବ ଯଶ

ବିଶ୍ବରେ ବି ସ୍ଥାନ ଓଡ଼ିଆର ମାନ

   ବିଶ୍ବ ହିନ୍ଦୁ ନବବର୍ଷ.....

କେତେ ଶୁଭ ଦେଖ ଆଜିର ଏ ଦିନ

  ହନୁମନ୍ତ ଜନ୍ମଦିନ

ପଣାର ଆସରେ ପଣାସଙ୍କରାନ୍ତି

  ମୋହୁଥାଏ ସର୍ବମନ.....

ବିଷୁବର ଏଇ ଶୁଭ ଲଗନରେ 

  ଶପଥ କରିବା ଆସ

ବୈଶାଖର ଦିନ ଦେବା ଟିକେ ମନ

  ଜଳଦାନେ ହେବା ତୋଷ...

     【ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational