STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଓଡି଼ଆଣୀ

ଓଡି଼ଆଣୀ

1 min
13.5K



ହାତରେ ନାଇଚି, ଶଙ୍ଖା, ଚୁଡି ଆଉ

ସିନ୍ଥିରେ ନାଲି ସିନ୍ଦୂର

ମଥାରେ ଟାଣିଛି ଓଢ଼ଣାକୁ ସିଏ

ପ୍ରତୀକ ସେ ସମ୍ମାନର....


ସଞ୍ଜରେ ସକାଳେ ଶୁଭ ମନାସୁଛି

ସଭ୍ୟତା ସଂସ୍କୃତି ଗୁଣୀ

ଉତ୍କଳ ମନ୍ଦିରେ ଚଳନ୍ତି ପ୍ରତିମା

ଦେବୀ ଟିଏ ଓଡିଆଣୀ....


ତ୍ୟାଗର ମହିମା ବଖାଣୁ ଥାଏ ସେ

ମାଥାରେ ଥାଏ ଓଢ଼ଣୀ

ସ୍ନେହ ମମତାର ଅପୂର୍ବ ଭଣ୍ଡାର

ଉତ୍କଳ ଶ୍ରୀ ଓଡ଼ିଆଣୀ.....


ଓଡିଆଣୀ ହସ୍ତେ ଆଜିବି ରାଇଜେ

ସଭ୍ୟତା ସଂସ୍କୃତି ଶକ୍ତ

ତା'ଲାଗି ଉତ୍କଳୀ ଧନ୍ୟ ସାରା ବିଶ୍ବେ

କରତାକୁ ପ୍ରଣିପାତ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational