STORYMIRROR

Santosh Pattnayak

Inspirational Others

3  

Santosh Pattnayak

Inspirational Others

ସମ୍ପର୍କ

ସମ୍ପର୍କ

1 min
13.9K


ମନ ହୃଦୟର ମିଳନେ ସମ୍ପର୍କ

ଦେଇଥାଏ ସ୍ଵର୍ଗ ସୁଖ

ବିଶ୍ଵାସରେ ଭରା ଅଚିହ୍ନା ଅଜଣା

ଗଢ଼ଇ ସ୍ନେହ କୋଣାର୍କ…

ଅବିଶ୍ଵାସେ ପୁଣି ଅବିଶ୍ରାନ୍ତ ଧାରେ

ଭିଜିଥାଏ ତନ ମନ

ସମ୍ପର୍କ ମାଧ୍ୟମେ ଏକ ଡୋରେ ବନ୍ଧା

ଭକ୍ତ ସହ ଭଗବାନ…

ସମ୍ପର୍କେ ସମ୍ଭବ ଅତୁଟ ବନ୍ଧନ

ସ୍ନେହ ମମତାର ଢେଉ

ସମ୍ପର୍କରେ ମିଳେ ମୁକତିର ପଥ

ଚିନ୍ତୁଥିଲେ ମହାବାହୁ…

ମଶାଣି ବୁଝେନା ସମ୍ପର୍କର ଅର୍ଥ

ମଧୁର ମିଳନ ସ୍ପର୍ଶ

ଜୀବନ ଯୁଦ୍ଧରେ ହାରିବା ଜିତିବା

ଅଛି ଥିବ ଅବଶୋଷ…

ନିସଙ୍ଗ ଜୀବନେ ପୁଷ୍ପ ବରଷିବ

ସମ୍ପର୍କର ହୁଅ ଦାସ

ଭୁଲି ଅଭିମାନ ହେଲେ ସମର୍ପଣ

ଓଠେ ଭରେ ଚିର ହସ…

– ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational