STORYMIRROR

Santosh Pattnayak

Inspirational

0  

Santosh Pattnayak

Inspirational

ଓଡ଼ିଆ କବିତା (ଡାକିଡାକି ଗଲି ଥକି)

ଓଡ଼ିଆ କବିତା (ଡାକିଡାକି ଗଲି ଥକି)

1 min
730


ଆହେ ପ୍ରଭୁ ଚକାଆଖି ,,,

ଜଗତ କରତା ଗତି ମୁକ୍ତି ଦାତା,

ଦୁଃଖ ହର ଦୟାବହିକି

ଡାକି ଡାକି ଗଲି ଥକି….

ତୁମ୍ଭେ ପରା କାଳେ ଦୁଃଖି ଗଳାମାଳି

ଦୁଃଖ କି ପାରୁନ ଦେଖି,,

ଆହେ ଆର୍ତ୍ତତ୍ରାଣ ଶରଣ ରକ୍ଷଣ

ଡାକି ତଣ୍ଟି ଗଲା ଶୁଖି …..

ବଡ଼ ବଡ଼ ବୋଲି ହୁରି ପଡୁଅଛି

ଦୁଃଖ ବଳିଲା ଦୁଃଖିକି

ନିର୍ଦ୍ଦେଶେ ଯାହାର ବିଶ୍ବ ଆତଯାତ

ଲଙ୍ଘି ନପାରେ ଜଳଧି

ତାକୁ ଡାକି ଗଲି ଥକି….

ପତିତପାବନ ଉଡେ ଫର ଫର

ପତିତ ଉଦ୍ଧାର ପାଇଁକି

ଆକୁଳିତ ମନ ତୁମ୍ଭରି ଶରଣ

ଡାକି ଡାକି ଗଲି ଥକି…..

ଆହେ ପ୍ରଭୁ ଚକାଆଖି,,

ଡାକି ତଣ୍ଟି ଗଲା ଶୁଖି….

ଦୁଃଖକି ପାରୁନ ଦେଖି,

ଡାକି ଡାକି ଗଲି ଥକି….

ଡାକି ଡାକି ଗଲି ଥକି…..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational