STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ ବିନା

ତୋ ବିନା

1 min
13.1K


ତୋହରି ବିହୁନେ ଜୀବନଟା ଶୂନ୍ୟ

ଜୀବ ଥାଇ ଦେହ ଶବ,

ତୋ' ବିନା ଅସାର ଲାଗଇ ସଂସାର

ଆଶାହୀନ ଭବିଷ୍ୟତ.....

ଜାତନା ବେଦନା ସବୁରି ଦାନେ ତୁ'

ମହୋଷଧି ପୁଣି ତୁହି ,

ବାଲ୍ୟରେ ତୁ'ବନ୍ଧୁ ଯୁବାରେ ସଖା ତୁ'

ତୋ' ବିନା ମୁକତି କାହିଁ....!!!

ଲୁହରେ ବତୁରି ସ୍ବାର୍ଥକୁ ପାଶୋରି 

ଆଦରିଛି ତୋତେ ମୁହିଁ,

ସ୍ବର୍ଗସୁଖ କାମ୍ୟ ଇଛୁନାହିଁ ତୋତେ

ଭକ୍ତ ଡୋରେ ବନ୍ଧା ତୁହି.....

ତୋର ଆକର୍ଷଣେ ଅପାର ଆନନ୍ଦ

ଆଉସବୁ ଅକାରଣ,

ଆତ୍ମା ମୋ' ପଚାରେ କାମନା ବିହୁନେ

ଜୀବନକି ପରିପୂର୍ଣ୍ଣ...!!?

ତୋ' ବିନା ଏ ମନ ଜୀବନ ନିଷ୍ଫଳ

କାମନା ଏତିକି ସାଇଁ,

ମନ ବୃନ୍ଦାବନେ ଆସ ଥରେ ତୁମେ

ସଂଶୟ ମୋଚନ ପାଇଁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍