STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
244


ମୋ ରାଇଜର ଶ୍ରେଷ୍ଠ ଦିଵସ

ଆମ ଉତ୍କଳ ଦିବସ

ଉତ୍କଳ ଗୌରବ

ମଧୁସୂଦନ ଦାସ

ବାଗ୍ମୀ ବିଶ୍ବନାଥ କର

ନୀଳକଣ୍ଠ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ

ବହୁ ସ୍ଵପ୍ନର ଦିବସ  ।

ଉତ୍କଳ ଦିବସ ଓଡ଼ିଶାର

ଯେଉଁ ସମୟରେ କୌଣସି

ଅସ୍ତିତ୍ୱ ନଥିଲା ସେହି

ସମୟରେ ବହୁ ସଂଘର୍ଷ କରି

ଲହୁ ଲହୁ ଢାଳି

ଯେଉଁ ମାନେ ଜୀବନକୁ

ବାଜି ଲଗାଇ ଆମ ଭାଷାକୁ

ସ୍ଵତନ୍ତ୍ରତାର ମାନ୍ୟତା

ଆଣି ଦେଇଥିଲେ ଆଜି

ସେହି ପବିତ୍ର ଓଡିଆ 

ଭାଷାର ପବିତ୍ରତା

ପରିପ୍ରକାଶର ଦିବସ

ଆମ ଉତ୍କଳ ଦିବସ ।

ଉତ୍କଳ ଜନନୀ ବୀର

ପ୍ରସଵିନୀ ପୂଣ୍ୟତୋୟା

ଗଙ୍ଗା ସମ ପବିତ୍ର

ପ୍ରସ୍ଫୁଟିତ ଶେଫାଳୀର

ସୁଗନ୍ଧ କୃଷ୍ଣ ଚୂଡାରରଙ୍ଗରେ

ରଙ୍ଗାୟିତ ତରଙ୍ଗ ସମ

ଅତି ମନଲୋଭା ମାଟି 

ମାର ଦିବସ ମନ୍ଦିରମାଳିନୀ

ଶୁଭ ତଟନୀ ଉକ୍ରଳ ମାଟି

ମାକୁ ଆଜିର ଦିବସର

ରେଶମୀ ଗୋଲାପୀ

ପାଖୁଡାର ଆଞୁଳା

ସମର୍ପିତ କରିବା

ସର୍ବେମିଶି ଆଜିର

ଦିବସେ ତାପାଦେ

ଶତ କୋଟି ନମନ

କରୁ ସମର୍ପଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational