Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Fantasy

4  

Bishnupriya Panda

Fantasy

ଉତ୍କଳ ଦିବସ

ଉତ୍କଳ ଦିବସ

1 min
254



ପ୍ରଥମେ ଜନ୍ମଭୁମିକୁ କରେ ପ୍ରଣିପାତ

ଚାରୁକଳା ବାଣିଜ୍ୟ ଯେ ନୃତ୍ୟ ଓ ସଂଗୀତl

ସବୁଥିରେ ପ୍ରଥମ ତ ମୋର ରାଜ୍ୟ ଥିଲା

ଆନନ୍ଦ ରେ ପ୍ରଜlମାନେ ଚଳୁଥିଲେ ଭଲାl

ମୁକୁନ୍ଦଦେବ ତ ରାଜ୍ୟ ଶାସନ କରନ୍ତି

ପୁତ୍ରପରି ପ୍ରଜାଙ୍କୁ ସେ ପାଳନ କରନ୍ତି l

ଗୋହିରାଟିକିରି ଯୁଧ୍ୟ୍ୟ ଗୋଟିଏକ ହେଲା

ପରାସ୍ତ ହୋଇଲେ ରାଜା ଆହା ଏକି ହେଲା l

ବାଣିଜ୍ୟ କରିବା ପାଇଁ ଇଂରେଜ ଆସିଲେ

ଆମ ସରଳତା ର ସୁଯୋଗ ସେହି ନେଲେ

ଦୁଇଶହନବେ ବର୍ଷ ଇଂରେଜ ଶାସନ

ବହୁ କଷ୍ଟରେ ଆମର ବିତିଲାକ ଦିନ l

ପାରଳା ଯୁବରାଜଙ୍କ ଅକ୍ଲାନ୍ତ ଶ୍ରମରେ

ଉତ୍କଳ ସ୍ୱତନ୍ତ୍ର ରାଜ୍ୟ ଉନିସପଞ୍ଚତିରିଶି ରେ l

ଏପ୍ରିଲ ଏକ ରେ ସ୍ୱତନ୍ତ୍ରତା ମାନ୍ୟ ପାଇ

ତାହାକୁ ମନାଉ ଆମେ ଆନନ୍ଦିତ ହୋଇ l 

ସାତପଛରେ ଆମର ଏ ଆନ୍ଧ୍ର ପ୍ରଦେଶ

ସ୍ୱତନ୍ତ୍ରତା ପାଇଅଛି ଥରେ ଭାବି ଦେଖ l

ପଞ୍ଜାବ, ହରିଆନା, ଗୁଜୁରାଟ, କର୍ଣ୍ଣାଟକ

ଆମଠାରୁ ଆଗୁଆ ସେ ଅଟନ୍ତି ପ୍ରତ୍ୟେକ୍ଷ l

କାହିଁକି ଉତ୍କଳ ଆମ ଅଭାବି ହେଉଛି

ଥରେ ଭାବି ଦେଖ ଆହେ ମୋର ରାଜ୍ୟ ବାସୀ l

ଆମପିଲା ଆମରାଜ୍ୟେ କରିବେତ କାମ

ବାହାରକୁ ଯିବେନାହିଁ କରି ପରିଶ୍ରମ l

ବହୁ ଗୁପ୍ତଧନ ଅଛି ଆମ ଏ ରାଜ୍ୟରେ

ନଖୋଜି ବାଉଳା ଆମେ ହେଉ ନିରନ୍ତରେ

ଏପ୍ରିଲ ଏକ କୁ ଆମେ ଉତ୍କଳ ଦିବସ

ପାଳୁଅଛୁ କେତେ ଖୁସି ହେଉଛୁ ଅବଶ୍ୟ l

ଏହାକୁ ବୋକା ଦିବସ ବୋଲି ଆମେ ପାଳୁ

ନିଜକୁ ନିଜେ ତ ବୋକା କରିବାକୁ ଭାଳୁ l

ଏତେବଡ଼ ଦିବସକୁ ବୋକା କରିଦେବା

ନୁହଁଇ ଉଚିତ ଥରେ ଭାବି ଦେଖ ଅବା l

ଏ ଦିନରେ ଆସ ଆମେ ଶପଥ କରିବା

ମାତୃଭୁ୍ମୀ ମାତୃଭାଷା ସନମାନ ରଖିବା l



Rate this content
Log in

Similar oriya poem from Fantasy