ଉତ୍କଳ ଦିବସ
ଉତ୍କଳ ଦିବସ
କେତେ ଲୁହ ରକ୍ତ ମାଂସରେ ଭିଜିଛି
ଏ ପୁଣ୍ୟ ଉତ୍କଳ ମାଟି
ବରଷକୁ ଥରେ ଏକ ହୋଇ ଆସ
ପାଳିବା ସ୍ମୃତିର ଭେଟି। {୧}
ଅତୀତ କାଳରେ ଗୋରା ସରକାର
ଦେଇଥିଲା ଯେ ଯାତନା
ତଥାପି ମୋ ଭାଷା ସବୁ ଭାଷେ ଶ୍ରେଷ୍ଠ
ନମାନି ତା'ର ଯନ୍ତ୍ରଣା। {୨}
ସମୃଦ୍ଧ ସଂସ୍କୃତି ସୁଶୀଳର ଭାଷା
ମହାନ ମୋର ପ୍ରଦେଶ
ଲେଖେ ଚିରଗାଥା ପରମ୍ପରା ତା'ର
କୋଣାର୍କ କୀର୍ତ୍ତିର ବେଶ। {୩}
ସୌନ୍ଦର୍ଯ୍ୟ ଭୁଷଣୀ ମନ୍ଦିର ମାଳିନୀ
ପୁରୀ ଓ ଭୁବନେଶ୍ବର
ପର୍ବର ଆସର ପ୍ରତି ବରଷରେ
ଆଣେ ଭାବ ଭାତୃତ୍ୱର। {୪}
ଶୁଦ୍ଧ ଓଡିଆରେ ସର୍ବତ୍ର ପ୍ରଚାର
କୁଣ୍ଠା କର କାହିଁ ମନ
ଉତ୍କଳୀୟ ବୋଲି କହିଲେ କି ଲାଭ
ଆଜିକ ଗୋଟିଏ ଦିନ। {୫}
