STORYMIRROR

Debabrata Barik Debunu

Inspirational

4  

Debabrata Barik Debunu

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
827


 

ଏ ମାଟି , ଏ ପାଣି ପବନ

ଏ ପ୍ରକୃତି , ଏ ବନ ଉପବନ

ଚିର ସୁନ୍ଦର ଏଇ ଉତ୍କଳ ଜନନୀ କୁ

ଆଜି ଦିନ ରେ କୋଟି ପ୍ରଣାମ 

ଆଜି ଉତ୍କଳ ଦିବସ ଜାଣ।। 


କେତେ ଘାତ କେତେ ପ୍ରତି ଘାତ ସହି 

କଲେ ସ୍ଵତନ୍ତ୍ର ପ୍ରଦେଶ ଗଠନ

ଆଜି ଓଡିଆଙ୍କ ବର୍ଗ ଗୌରବର ଦିନ

ଉନବିଂଶ ଶତାବ୍ଦୀର ଫଳଶ୍ରୁତି ହେଲା

ଓଡ଼ିଆ ଭାଷାର ନବଜାଗରଣ

ଆଜି ଉତ୍କଳ ଦିବସ ଜାଣ।। 


ଆଜି ଏପ୍ରିଲ ଏକ ତାରିଖ

ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା

ଏଇ ଆମ ଉତ୍କଳ ଦିବସ

ଆଜି ପୂରିଛି ଚଉରାଶି ବରଷ । 

ଆଜି ଉତ୍କଳ ଦିବସ ଜାଣ ।। 


କେତେ ବୀର ଆମ ଓଡ଼ିଆ ଭାଷାର

ସାହିତ୍ୟ ସଂସ୍କୃତି ପାଇଁ

ନିଜ ଜୀବନକୁ ଜଳାଞ୍ଜଳି ଦେଇ 

ହେଲ କୋଟି ଓଡ଼ିଆ ମାନଙ୍କ ପ୍ରାଣ

ଆଜି ଉତ୍କଳ ଦିବସ ଜାଣ।।


ବୀର ପୁରୁଷଙ୍କ ସାଧନା ସଂକଳ୍ପ 

ଗଢ଼ିଛି ଓଡ଼ିଆ ଜାତିର ଟେକ

ଉତ୍କଳ ଗୌରବ ମଧୁସୂଦନ ଦାସ 

ତାଙ୍କ ପାଇଁ ଓଡ଼ିଆ ଭାଷା ଓ ସାହିତ୍ୟ 

ଅଗ୍ରପୂଜ୍ୟ କବିବର ରାଧାନାଥ

ଥିଲେ ଯେ ସାଥି ପ୍ରମୂଖ 

ଆଜି ଉତ୍କଳ ଦିବସ ଜାଣ ।।


ଆମେ ଉତ୍କଳ ଦେଶର ସନ୍ତାନ 

ଚିର ସୁନ୍ଦର ଏଇ ଉତ୍କଳ ମା କୁ 

ଆଜି ଦିନ ରେ କୋଟି ପ୍ରଣାମ

ଆମେ ଉତ୍କଳବାସୀ ଯେ ଗର୍ବିତ

ହେ ଅଗ୍ରପୂଜ୍ୟ ଉତ୍କଳଗୌରବ

ଶ୍ରୀ ମଧୁସୂଦନ 

ଆମେ ଉତ୍କଳ ଦେଶର ସନ୍ତାନ।। 

ଆଜି ଉତ୍କଳ ଦିବସ ଜାଣ।।।


ଉତ୍କଳ ଦିବସ ର ଅଭିନନ୍ଦନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational