STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ଉତ୍କଳ ଦିବସ

ଉତ୍କଳ ଦିବସ

1 min
402


ଓଡିଶା ବୋଲିତ ନଥିଲା ଗୋଟିଏ

ସ୍ବାଧିନ ରାଜ୍ଯର ନାମ

ଅନ୍ଯ ରାଜ୍ଯ ସହ ମିଶି ରହୁଥିଲା

ମିଳୁ ନଥିଲା ସମ୍ମାନ ।


ଆମର ଭାଗ୍ଯରେ ଆସିଲା ଦୁର୍ଦ୍ଦିନ

ପନ୍ଦରଶ ଅଠାବନ

ସ୍ବାଧିନ ନରେଶ ମୁକୁନ୍ଦଦେବ ସେ

ହୋଇଥିଲେ ପରାଧୀନ।


ମରହଟ୍ଟା ଠାରୁ ମୋଗଲ ଇଂରେଜ

ଆମକୁ କଲେ ଶାସନ

ଦୁଇଶହ ନବେ ବରଷ ଶାସିତ

ଦେଲେ ବହୁତ କଷଣ।


ଇଂରେଜ ବଙ୍ଗଳା ଚକ୍ରାନ୍ତ ଚାଲିଲା

 ଭାଷା କରିବେ ଉଚ୍ଛେଦ

ଭାଷା ସ୍ବାଭିମାନୀ ବିଦ୍ରୋହ କରିଲେ

ବଙ୍ଗ ଗଣିଲା ପ୍ରମାଦ।


ଫକୀର ମୋହନ ମଧୁବାବୁ କୃଷ୍ଣ

ଚନ୍ଦ୍ର ନୀଳକଣ୍ଠ ଆଦି

ନିଜ ଦେଶ ଲାଗି ସମର୍ପି ଜୀବନ

ନ୍ଯାୟଦେଲେ ଭାଷାନିଧି।


ଭାଷାର ଉନ୍ନତି ଦେଶର ପ୍ରଗତି

ସଂକଳ୍ପ ଯାହାର ନୀତି

ଭାଷାର ଭିତ୍ତିରେ ଓଡିଶାକୁ ଦେଲେ

ସ୍ବାଧୀନ ରାଜ୍ଯର ଖ୍ଯାତି ।


ଉଣେଇଶ ଛଚିଶ ଏପ୍ରିଲ ପହିଲା

ଓଡିଶା ଜନ୍ମ ଦିବସ

ତାଙ୍କରି ସ୍ମରଣେ ଆଦରି ଦର୍ଶନେ

ରାଜ୍ଯ ହୋଇବ ସରସ।


ଯେଭାଷାରେ ଭଞ ପଟୁତା ଦେଖାଇ

କବି ସମ୍ରାଟ ହୋଇଲେ

ପଠାଣି ସାମନ୍ତ ଜ୍ଯୋତିର୍ବିଦ ଆମ

ରାଜ୍ଯର ଟେକ ରଖିଲେ।


ଧାମ ଅନୁସାରେ ତିନିଧାମ ନାଥ

ସଂସାରେ ଅଟେ ବିଦିତ

ଓଡିଶା ରାଜ୍ଯର କାଳିଆ ଠାକୁର 

ଜଗନ୍ନାଥ ନାମେ ଖ୍ଯାତ।


ସବୁଠି ଆଦର ଓଡିଶା ମାଟିର

ଚାରୁକଳା କୀର୍ତ୍ତିମାନ

ତାଠାରୁ ସୁନ୍ଦର ଭାଷା ଯେ ମଧୁର

ହୋଇଛି ସେ ଗରିୟାନ।


ଭାଷା ସରସତା କେତେ ପ୍ରାଚୀନତା

ମିଳିଲା ଶାସ୍ତ୍ରୀୟ ମାନ

ସେଇ ରାଇଜର ସନ୍ତାନ ଆମେରେ

ମନରେ ଗରବ ଜାଣ।


ଇଂରେଜୀ ଭାଷା ତ ବାଇଆ କରିଛି

ସ୍ବଭାଷା ଦିଅନ୍ତି ଠେଲି,

ମାଟି ମାଆ ଲାଗି ତ୍ଯାଗର ତର୍ପଣ

ସେସବୁ ଗଲେଣି ଭୁଲି।


ଭାଷା ମାନବର ମାନର ପ୍ରତୀକ

ଜାତିର ଜୀବନୀ ଶକ୍ତି

ଭାଷାପ୍ରୀତି ହୀନ ଦେଶଦ୍ରୋହୀ ଜାଣ

ଗୁଣ ଚାଟୁକାର ନୀତି।


ଯେଉଁ ମାଟିପୁତ୍ର କରୁଥିଲା ଯାତ୍ରା

ଜାଭା ସିଂହଳ ମାଳୟ

ସେହି ମାଟିପୁଅ ପେଟଲାଗି ଆଜି

ଖଟୁଛି ଦାଦନ ପ୍ରାୟ।


ଦେଶର ଶୀର୍ଷର ବସନ୍ତି ସେ ନର

 ମାତୃଭାଷା ଯା ଉତ୍କୃଷ୍ଟ

ମାତୃଭାଷା ଆଜି ଜାଣେ ନାହିଁ ଯିଏ

ଦେଶର ହେଉଛି ଶ୍ରେଷ୍ଠ ।


ମାତୃଭାଷା ପ୍ରତି ଏତେ ହତାଦର

ଦେଶର ଦୁର୍ଗତି ଜାଣ,

ଆମଭାଷା ଯଦି ଉଚ୍ଛେଦ ହୋଇବ

ଜାତିହେବ ପରାଧୀନ।


କେତେ ଯେ ସୁନ୍ଦର ରାଇଜ ଆମର

ମହାନ ଆମ ଓଡିଶା,

ଉତ୍କଳ ଦିବସେ ସଂକଳ୍ପ ଆମର

ସମୃଦ୍ଧ କରିବା ଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics