STORYMIRROR

Bijoy Jena

Inspirational Others

4  

Bijoy Jena

Inspirational Others

ଉତ୍କଳ ଦିବସ ଚିନ୍ତନ

ଉତ୍କଳ ଦିବସ ଚିନ୍ତନ

1 min
329


ସେବେର ଉତ୍କଳ  ବିଚ୍ଛିନ୍ନ ଅଞ୍ଚଳ

    ନ ଥିଲାତ ଚିହ୍ନ ବର୍ଣ୍ଣ

ଉଦ୍ୟୋଗୀ ଓଡ଼ିଆ ରାଜା ମହାରାଜା

     ଏକ ମନ ଏକ ପ୍ରାଣ।

ନିଜ ନିଜ ଚେଷ୍ଟା  ଅବ୍ୟାହତ ରଖି

     ଏକତାର ରାହା ତୋଳି

ଉତ୍କଳ ଗୌରବ   ମଧୁସୁଦନତ

   ଦାସେ ଆପଣଙ୍କ ମେଳି।

ପାରଳାର ରାଜା  କୃଷ୍ଣ ଚନ୍ଦ୍ର ଦେବ

    ପ୍ରଦେଶେ ମନ ନିବେଶି

ଅର୍ଥ ସ୍ବାର୍ଥ ମନ   ସମର୍ପଣ କରି

     ଚିନ୍ତୁଥିଲେ ଦିବାନିଶି।

ବାଲେଶ୍ଵର ରାଜା ବୈକୁଣ୍ଠ ନାଥଙ୍କ

    ଛାପାଖାନା ପ୍ରତିଷ୍ଠିତ

ଓଡ଼ିଆ ଭାଷାର   ସମ୍ବୃଦ୍ଧ ଘଟାଇ

    ରଖିଲେ ମାନ ମହତ।

ମୟୂରଭଞ୍ଜର    ରାମଚନ୍ଦ୍ର ଦେବ

     ବ୍ୟାସ ଫକୀରମୋହନ

ରାଧାନାଥ ରାୟ   ଜଗବନ୍ଧୁ ସିଂହ

    କେତେ ଜ୍ଞାନୀ ଗୁଣୀ ଜନ।

ସମସ୍ତଙ୍କ ଚେଷ୍ଟା  ଫଳବତୀ ହେଲା

     ସ୍ବପ୍ନ ହୋଇଲା ସାକାର

ଉଣେଇଶଛଟ   ତ୍ରିଂଶ ମସିହାରେ

      ସ୍ଵତନ୍ତ୍ର ପ୍ରଦେଶ ସ୍ଵର।

ଅପ୍ରେଲ ପହିଲା    ଶୁଭିଲା ସବୁଠି

     ଓଡ଼ିଶାର ଜନ୍ମ ଦିନ

ସେକାଳ କଥାକୁ   ମନେ ପକାଉଛୁ

    ଆମେରେ ଓଡ଼ିଆ ଗଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational