STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଉତ୍କଳ ଦିବସ ଅନୁଚିନ୍ତା

ଉତ୍କଳ ଦିବସ ଅନୁଚିନ୍ତା

1 min
371


ଉତ୍କଳ ଦିବସ ଓଡ଼ିଶା ପ୍ରଦେଶ ସ୍ଵୟଂ ଶାସିତ ଶାସନ

ସର୍ବେ ରଜା ସର୍ବେ ପ୍ରଜା ପ୍ରଜାତନ୍ତ୍ର ସଂବିଧାନ ପ୍ରଣୟନ

କରି, ଆଜି କେଉଁ ଲଭିଛି ଓଡ଼ିଆ କହ କେଉଁ ଶୀର୍ଷାସନ

ଭାଙ୍ଗିଗଲାଣି ୟା ଜାତୀୟ ଗୈାରବ କାଳ କୋଳରେ ବିଲିନ ।।

କାହିଁ କେଉଁ କାଳୁ ମଧୂ ବାରିଷ୍ଟର କହିଥିଲେ ଜାତୀ କାନେ

ଉଠରେ ଉଠରେ ସୁପ୍ତ ଓଡ଼ିଆ ଉଠିବୁ ତୁ କେତେଦିନେ

ଜାତୀ ନନ୍ଦିଘୋଷ ସ୍ଵାର୍ଥ ସାରଥି ଘୋଟକ ମୁହଁ ରେ ଦାନା

ଅଚଳ ହେଲାଣି ସୁନ୍ଦର ସ୍ୟନ୍ଦନ ଉଡେନି କିରତୀ ବାନା ।।

ଉତ୍କଳ ର ମଣି କାରାଗାରେ ପୁଣି କାହା ପାଇଁ ଏତେ ଦାନ

ଫକିର ମୋହନ କବି ଗଙ୍ଗାଧର ବୃଥା ସିନା ତାଙ୍କ ଶ୍ରମ

ରାଜ ସିଂହାସନ ମୋହ ତ୍ୟାଗି ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ

ରାଜା କୃଷ୍ଣ ଚନ୍ଦ୍ର ଗଜପତି ଦାନ ସେହି ଦେଶ ପ୍ରେମ ଭାବ ।।

କାହାନ୍ତି ଏପରି ତ୍ୟାଗି ଦେଶଭକ୍ତ ସବୁଜ ସ୍ଵାର୍ଥ ବଳୟ

ଘେରିଛି , ଓଡ଼ିଶା ଓଡ଼ିଆ ଜାତୀର ହୋଇଯାଏ ଅପଚୟ

ନିରିହ ମରୁଛି ହିଂସା ପ୍ରତିହିଂସା ଅସହିଷ୍ଣୁ ମନୋଭାବ

ନେତାପଣେ କିଏ କାହାକୁ କହିବ ଇଏପରା ଗଣତନ୍ତ୍ର ।।

ହାୟରେ ହାୟ ମୋର ପୂର୍ବପୁରୁଷ କବି ଲେଖକ କି ତ୍ୟାଗି

ଓଡ଼ିଆ ପଢୁନି ତୁମ ପୁଅ,ନାତୀ ଜାତୀୟତା ଯାଏ ଭିଙ୍ଗି

କେମିତି ବଞ୍ଚିବ ଓଡ଼ିଶା ଓଡ଼ିଆ ଆସ କବି କଥାକାର

ଜାଗ୍ରତ ହୂଅ ଯୁବ ବନ୍ଧୁ ରେ କବି କରେ ନମସ୍କାର ।।

ପଢରେ ଓଡ଼ିଆ ଏ ଜାତିର ଭାଷା ରଖ ରେ ଜାତୀୟ ଟେକ

ଗରବରେ ଯାଇ ବିଶ୍ଵ ଦରବାରେ ସ୍ଵର୍ଣ୍ଣାକ୍ଷରେ ନାମ ଲେଖ

ତେବେ ଯାଇ ଆଜି ଶ୍ରଦ୍ଧାଞ୍ଜଳି ଆମ ପୂର୍ବସୂରୀ ପଦ ତଳେ

ଦେବାକୁ ସମର୍ଥ ମଣିବା ନିଜକୁ ପ୍ରଫୁଲ୍ଲ ଗୀତରେ କହେ ।।


କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in

Similar oriya poem from Inspirational