STORYMIRROR

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ଉଷ୍ଣପ୍ରସ୍ରବଣ

ଉଷ୍ଣପ୍ରସ୍ରବଣ

1 min
237


ଜୀବନର ପ୍ରତିଟି ମୁହୂର୍ତ୍ତରେ

ଟିକିଏ ଉଷ୍ଣତା ପାଇଁ ବ୍ୟକୁଳିତ

ତୁମେ ସେଇ ଆଧୁନିକ ତାରା ଫୁଲର ରାଣୀ

ତୁମକୁ ଛୁଇଁବା ସତ୍ ସାହସ ନାହିଁ 

ମୁଁ ହିମ ସାଗର 

ମୋ ମନରେ କେବଳ ଖଣ୍ଡ ଖଣ୍ଡ ହିମ ଭେଳା

ହାତ ଦୁଇ ଶିଥିଳ ପାଲଟି ନିରୁପାୟ

ତୁମର ଚାହିଦା ଅପୁରଣ ରହିବ ......

ଶୁନ୍ୟ ପକେଟ୍ ନୁହେଁ ମନ

ବେକାର ଭତ୍ତାକୁ ଆଶାୟୀ ନୁହେଁ କର୍ମଠ

ହୃଦୟର ଉଷ୍ଣତା ମାପିବା ପାଇଁ

ସୁନ୍ଦରତା ନୁହେଁ ଅର୍ଥର ତରାଜୁ ଲୋଡା ।

ବିଶାଳ ହିମ ପର୍ବତର ସ୍ରୋତ 

ଲବଣ ସାଗର ସନ୍ନିକଟେ ଅସ୍ଥି ହରାଏ ।

ଏଇଟା ହିଁ ସତ୍ୟ ;

ମୋର ଉଦାରତା ପରି ଶିତଳ ସରଳ

ଜୀବନ ତୁମ ପାଇଁ ବର୍ଜନୀୟ ......

ମୋର ଉଷ୍ଣତା ମୋ ମାଟି ମା ଜାଣେ

ହିମ ପ୍ରଦେଶରେ ନିଶ୍ଚଳ ଭାବେ 

ତାର ସୁରକ୍ଷାରେ ମଗ୍ନ .....

ମୋ ଉଷ୍ଣତା ମୋ ଜନ୍ମଦାତ୍ରୀ ଜାଣି

ଏଇ ଅଗ୍ନି ହୁଳାକୁ କରେ ଉତ୍ସର୍ଗ !

ମୁଁ ଏକ ହିମ ସାଗରରେ ଉଷ୍ଣପ୍ରସ୍ରବଣ 

ହଁ ମୁଁ ଉଷ୍ଣପ୍ରସ୍ରବଣ.......



Rate this content
Log in

Similar oriya poem from Romance