STORYMIRROR

Kalandi pal

Inspirational

4  

Kalandi pal

Inspirational

ଉର୍ମିଳା

ଉର୍ମିଳା

1 min
245

ଅଯୋଧ୍ୟା ନରେଶ  ଦଶରଥ ସୁତ

    କୋଦଣ୍ଡ ଧାରୀ ଲକ୍ଷ୍ମଣ

ବୈଦିକ ରୀତିରେ  ବିବାହ ବେଦିରେ

     ଉର୍ମିଳାଙ୍କୁ କଲେ ବରଣ ll


ମିଥିଳା ବାସିନୀ  ଜନକ ନନ୍ଦିନୀ

     ସୁନୟନା ତାଙ୍କ ମାତା

ଅତି ଶୁଚିମନ୍ତ  ଅତି ଗୁଣବନ୍ତ

     ଭଗିନୀ ତାଙ୍କର ସୀତା ll


ରାମାୟଣେ ତାଙ୍କ  ଉତ୍ସର୍ଗୀ ଜୀବନ

     ଥିଲା ଚଉଦ ବରଷ

ନିଦ୍ରା ଦେବୀ ଠାରୁ  ନିଦ୍ରାକୁ ଆଦରି

     ଦେଲେ ଲକ୍ଷ୍ମଣେ ହରଷ ll


ଅଙ୍ଗରକ୍ଷୀ ଭାବେ  ରାମଙ୍କ ସହିତେ

     ଲକ୍ଷ୍ମଣଙ୍କୁ ପଠାଇଲେ

ଚନ୍ଦ୍ରକେତୁ ଆଉ  ଅଙ୍ଗଦ ନାମରେ

     ଦୁଇଗୋଟି ପୁତ୍ର ଥିଲେ ll


ଚଉଦ ବରଷ  ରାଜ ଭୋଗ ଛାଡି

     ନିଦ୍ରା ଆଦରି ମହାନ

ଧନ୍ୟ ସେହି ନାରୀ  ସୂର୍ଯ୍ୟ ବଂଶ ଶିରି

     ଧନ୍ୟ ତାଙ୍କ ଅବଦାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational