STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଉପଯୁକ୍ତ ଶିକ୍ଷା

ଉପଯୁକ୍ତ ଶିକ୍ଷା

1 min
564

ଗଛ ଛୁଉଁଛି 

ମାଟିର ପାଦ

ପୁଣି କେତେବେଳେ

ପହଞ୍ଚି ଯାଉଛି ଆକାଶ ଅଗଣାରେ

ଏପାଖ ସେପାଖ ହୋଇ

କରୁଛି ଶିବଙ୍କ ତାଣ୍ଡବ।


ସୁ ସୁ ଶବ୍ଦ ପବନର

ଖଡ଼ ଖଡ଼ ଟିଣ

ଆଜବେଷ୍ଟସ୍ ଛପର

ପ୍ରତିଶୋଧ ନେଉଛି ପ୍ରକୃତି

ମଣିଷର ସ୍ବେଛାଚାରିତା ଉପରେ

ଚଣ୍ଡୀ ସେ

ପରହତ କରିବାକୁ

ମହିଁଷାସୁରକୁ।


କାଳୀ ସେ

ଧ୍ୱଂସ କରିବାକୁ

ମଣିଷର ବଡ଼ିମା

ଅହଂକାର ଓ ଗର୍ବକୁ।


ମାଆ ହୋଇ କେତେ ସହନ୍ତା !

ଅନ୍ୟାୟ

ପାପ

ଦୁରାଚାର

କଅଁଳ ଗେହ୍ଲା କଥା ବୁଝେନା ତା ପିଲା

ମନଇଚ୍ଛା ତା ସନ୍ତାନ କରୁଛି ଅତ୍ୟାଚାର

ଭ୍ରଷ୍ଟାଚାରେ ମାତି

ବିଦାରୁଛି ତା ଅଂଶର ଛାତି।


ଏଣୁ ପ୍ରକୃତି ମାଆ

ଆଜି ଚଣ୍ଡୀ ,କାଳୀ

କରାଳ ରୂପିଣୀ

ଅଶାନ୍ତ

ଉପଯୁକ୍ତ ଶିକ୍ଷା ଦେବ

ଆଣି ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ

ମତ୍ତଗର୍ବୀ 

କୁ ପଥରେ ଯାଉଥିବା

ସନ୍ତାନକୁ ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy