STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ଉପଚାର

ଉପଚାର

1 min
3.1K

ହୃଦ ମୋ' ନିଥର     ହୁଏ ପ୍ରତିଥର

ଦଂଶେ ଯେବେ ନିଜଲୋକ

ବେଳୁବେଳ ପ୍ରାଣ   ହେଲାଣି ପାଷାଣ

ବିସ୍ମରଣେ ପୂର୍ବ ଶୋକ

ବୟୋଜ୍ୟେଷ୍ଠ ଖଳ   ହୃଦୟେ ବି ମଳ

ମସ୍ତକେ ଅଲକ୍ଷ୍ୟ ଦୃଷ୍ଟି

ଦୁର୍ବୁଦ୍ଧି ବିତରେ     ଯୁବକ ଚିତ୍ତରେ

କରି ଉତ୍ତେଜନା ସୃଷ୍ଟି

ଅତି ଯେ' ଲୋଲୁପ    ଧରି ଛଦ୍ମରୂପ

ବିଚିତ୍ର ସଂସ୍କୃତି ଗଢ଼ି

ବଢାଇ ସଙ୍କଟ      ଶେଷକୁ ପ୍ରକଟ

ହୁଏ ଶାନ୍ତିବାର୍ତ୍ତା ପଢ଼ି

ଶାନ୍ତଚିତ୍ତ ପ୍ରାୟ      ଜନ ସମୁଦାୟ

ମଧ୍ୟେ ମିଥ୍ୟା ଦୁଷ୍ପ୍ରଚାର

ଘୃଣା ହିଂସା ଦ୍ବେଷେ ପାରିଛି କି ଲେଶେ

ଯୁଦ୍ଧ ମାର୍ଗେ ଉପଚାର

ଦିନେ ହୋଇଥିଲା   ନରମେଧ ଲୀଳା

ରକ୍ତସ୍ନାତ କୁରୁକ୍ଷେତ୍ରେ

ବିନାଶ ବୁଦ୍ଧିର       ଉତ୍ତପ୍ତ ରୁଧିର

ଭରିଲା ଭୀମଙ୍କ ନେତ୍ରେ

ବ୍ରତମୁକ୍ତି ଆଶେ  ଶେଷେ କୃଷ୍ଣା ପାଶେ

ରକ୍ତ ପେଶି ବଳବନ୍ତ

କେଶ ପ୍ରକ୍ଷାଳନେ   ପ୍ରତିଜ୍ଞା ପାଳନେ

ପ୍ରତିଶୋଧ କଲେ ଅନ୍ତ

କୌରବ ନିପାତେ   ପାର୍ଥ ଶସ୍ତ୍ରଘାତେ

ଦ୍ରୋଣସୁତ ଶୀର୍ଷମଣି

କରି ନିଷ୍କାସନ    ଫେଡିଲେ ତ୍ରାସନ

ଅଟଳ ସଂକଳ୍ପ ଭଣି

ସବୁ ଜାଣି ସୁଦ୍ଧା     ଅନ୍ଧ କିବା ବୃଦ୍ଧା

ରୋଧିଲେନି କେହିଜଣେ

ତନୁଜଙ୍କ ଚିତା     କଲା ଭୟଭୀତା

ଯୁଦ୍ଧ ଅନ୍ତେ ପରକ୍ଷଣେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract