STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଉନ୍ମକ୍ତ ପଥ

ଉନ୍ମକ୍ତ ପଥ

1 min
240


ମନକୁ ଆୟତ୍ତ କରିବାର ସତ୍ୟ

  ପଥ ଏବେ ଉନ୍ମୋଚିତ,

କେତେ ସାଧୁସନ୍ଥ ସେ ପଥେ ପଥିକ

  ଶ୍ରୀକୃଷ୍ଣ ମୁଖ ନିସୃତ,

   ତତ୍ତ୍ୱ ସାର ଭାଗବତ

ଭାଗବତ ରସେ ଭାବଗତ ହୋଇ

  ଭକ୍ତଟି ଅନୁରଞ୍ଜିତ।


 ଜଗନ୍ନାଥ ବଳରାମ ଯଶୋବନ୍ତ

   ଭକ୍ତ ଅନନ୍ତ ଅଚ୍ୟୁତ ,

ଭକ୍ତି ଭାବଧାରାର ଯେ ଆବାହକ

   ପରସିଛନ୍ତି ଅମୃତ

 ଜୀବ ପରମର ମିଳନର ପଥ

ଜୀବନ ଦର୍ଶନ ସମାଜ ଚେତନା

   ମୁକ୍ତି ମାର୍ଗ ପରିସ୍କୃତ।


ଅସହାୟ ନିସ୍ଵଃ ବୁଭୁକ୍ଷୁ ଲଭଇ

   ଶାସ୍ତ୍ର ପୁରାଣୁ ଇପ୍ସିତ,

ସତ୍ୟ,ଶାନ୍ତି,ଦୟା,କ୍ଷମା ଆଭୂଷଣେ

   ଅନ୍ଧକାର ଯେ ବିଲୁପ୍ତ,

    ଭକ୍ତିତତ୍ତ୍ଵେ ନିମଜ୍ଜିତ

ଏ ମର୍ତ୍ତ୍ୟ ବୈକୁଣ୍ଠେ ଭାଗବତ ରସେ

 ସର୍ବେ ହୋଇ ପୁଲକିତ।

   ଜୟ ଜୟ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational