STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ଉନ୍ମାଦନା

ଉନ୍ମାଦନା

1 min
256


ଦେବତା ଆଶିଷ ଟିକକ ଆଣି

ସିଞ୍ଚିଦିଅ ଧରାଲୋକେ

ସଂକଳ୍ପ ତାଙ୍କ ସମ୍ପୂର୍ଣ୍ଣ ହେଉ

ଉଲ୍ଲାଶ ଭରୁ ଭୁ ବୁକେ ll


ପ୍ରଜ୍ଞା ଉଛୁଳି ସଂସ୍କାରୀ କରୁ

କୁ ବୁଦ୍ଧି' ପାସରୀ ମନୁ

କହକହି ଉଠୁ ହସର ଲହରୀ

ଦୁଃଖ ଦୁରହେଉ ପ୍ରାଣୁ ll


ଝଂକାରୀ ଉଠୁ ସରସ୍ବତୀ ରାଗ

ଡ଼ିମ୍ ଡିମା ଦେଇ ତାଳ

ପରିଶ୍ରମ କେବେ ବୃଥା ନ ଯାଉ

ଯୁଗ ଯୁଗାନ୍ତ କାଳ ll


ବିଶ୍ୱ ବିଜୟୀ ତ୍ରିକାଳେ ଉଜ୍ୱଳୁ

ଉଡ୍ର ମାଟିର ଗାଥା

ଶକ୍ତିଭକ୍ତିନିପୁଣତା ଭରୁ

ଯାଉ ଯୁଗ ରହୁ କଥା ll


ଯନ୍ତ୍ରମନ୍ତ୍ରତନ୍ତ୍ରବିଜ୍ଞାନେ

ପ୍ରଥମ ସ୍ଥାନ ପାଉ

ଦିଅହେ ବିପ୍ର କୋଟି ଆଶିଷ

ଆୟୁସମାନ ହୋଇ ଜୀଉଁ ll


ରାଜା ଏଠି ବିଶ୍ୱ ମଉଡ ମଣୀ

ପ୍ରଜା ହେନ୍ତୁ ରାମ ପ୍ରଜା

ପୃଥିବୀ ବିସ୍ତାରୀ ଗଗନ ପ୍ରସାରୁ

ଓଡ଼ିଆ ମାଟିର ଧ୍ୱଜା

ବନ୍ଦେ ମାତାରମ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational