STORYMIRROR

Pranati Mahapatra

Children

4  

Pranati Mahapatra

Children

ଉଜ୍ଜଳ ଭବିଷ୍ୟତ

ଉଜ୍ଜଳ ଭବିଷ୍ୟତ

1 min
364


ଜନମ କାଳରୁ ମାତାପିତା ସ୍ବପ୍ନ

ଦେଖନ୍ତି ସନ୍ତାନ ପାଇଁ,

ଉଜ୍ଜଳ ଭବିଷ୍ୟ ନିମନ୍ତେ ତିଆରି

କରନ୍ତି ସୁପଥ ସେହି ।।


ଶୈଶବରୁ କୈଶୋର ଯୁବକ ଯାଏ

  ଭବିଷ୍ୟତ କାର୍ଯ୍ୟପନ୍ଥା,

ନିର୍ମାଣି ସତ୍ୟପଥରେ ଚାଲିବାକୁ

  ହୋଇଥାଏ ସୁବ୍ୟବସ୍ଥା ।।


ଭବିଷ୍ୟ ଗଢିବା ଯେ ଗୁରୁତ୍ୱପୂର୍ଣ୍ଣ

  କର୍ମ ଅଟେ ଜୀବନର,

ଉଜ୍ଜଳ ଭବିଷ୍ୟ ଗର୍ବ ଓ ଗୌରବ

   ଆଣିବ ଆମ ଦେଶର ।।


ଦେଶର ଉନ୍ନତି ବ୍ୟକ୍ତିର କୀରତି

  ପଣ ହେଉ ଜୀବନର,

 ଉତ୍ତମ ଶିକ୍ଷା ସଂସ୍କାର ଆଧାରରେ

  ବିତୁ ପ୍ରତିକ୍ଷଣ ବାର ।।


ପିତାମାତା ଗୁରୁ ଗୁରୁଜନଙ୍କର

  ଆଦେଶ ଆଉ ନିର୍ଦ୍ଦେଶ,

ବଡ଼ ମଣିଷଟି ହୁଅ ବା ନ ହୁଅ

  ହୁଅ ଯେ ଭଲ ମଣିଷ ।।


ଭଲ ମଣିଷର ଆଶୀଷ ଲଭିଣ 

  ଉଜ୍ଜ୍ୱଳ ଭବିଷ୍ୟ କାମ୍ୟ,

ନିନ୍ଦା ପ୍ରଶଂସାକୁ ନ ଦେଖି ଆଗକୁ

   ସତ୍କର୍ମେ ଯିବାର ଧୈର୍ଯ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children