ଉଜାଗର
ଉଜାଗର
ସାରାରାତି ବସି ଜାଗର ଜାଳିଛି
ପ୍ରିୟତମ ପ୍ରେମଟିକେ ପାଇଁ
ଏଜନମେ ସିନା ମିଳିପାରିଲାନି
ପ୍ରତାରଣାରେ ଜଳିଲି ମୁହିଁ ।
ହାତଧରିନେବ ବଧୁ ସଜାଇବ
କଥା ଦେଇଥିଲ ପରା
କେମିତି ଭୂଲିଲ ଆଗେଇ ଚାଲିଲ
ଦେଉନାହିଁ ଆଉ ଧରା ।
ପ୍ରତାରିତ ହୋଇ ବୁଝିତ ଯାଇଛି
ରକ୍ଷାକଲେ ମହାଦେବ
ଜାଳୁଛି ଜାଗର ରହି ଉଜାଗର
ସନ୍ତୋଷେ ପୂଜୁଛି ଶିବ ।
ହଳାହଳ ବିଷ ଗରଳ ଭକ୍ଷି ସେ
ନୀଳକଣ୍ଠ ବୋଲାଇଲେ
ବିଶ୍ୱରକ୍ଷାକରି ବିଶ୍ୱବନ୍ଦ୍ୟପ୍ରଭୂ
ମୋତେ ତ୍ରାହି କରିଦେଲେ ।
କପଟି ପ୍ରେମିକ ଦେହର ପୂଜକ
ଯୋଗ୍ୟନୁହେଁ ପ୍ରେମ ଲାଗି
ଭବିଷ୍ୟତ ପନ୍ଥା ପାଇବା ଆଗରୁ
ଆସିଛି ଆଶୀଷ ମାଗି ।

