Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

UFO(ଅଜଣା ଉଡନ୍ତା ବସ୍ତୁ)

UFO(ଅଜଣା ଉଡନ୍ତା ବସ୍ତୁ)

1 min
180


କିଏ ତୁମେ ବନ୍ଧୁ   ଅଜଣା ଅତିଥି 

    କେଉଁଠାରେ ତୁମ ଘର

କି ସୁନ୍ଦର ତୁମ   ବ୍ୟୋମଯାନ ସତେ

   ଲାଖିଯାଏ ମନ ମୋର |


କିଏ କହେ ତାକୁ   ଉଡନ୍ତା ଥାଳିଆ

   କାହୁଁ ଆସି କାହିଁ ଯାଏ

ଖୋଜିଖୋଜି ତାର  ଦିନ ସରିଯାଏ

   ଚିହ୍ନ ପାଏ ନାହିଁ  ସିଏ |


ଆଟଲାଣ୍ଟିକରେ   ଯୁକ୍ତରାଷ୍ଟ୍ର ସେନା

  ଖୋଜି  ନୟାନ୍ତ ହୋଇବା

କାହାଣୀ ଶୁଣି ମୁଁ   ହତବାକ୍ ହୁଏ

   ସଭିଏଁ  ହୁଅନ୍ତି କାବା |


ଉନ୍ନତ ନିଶ୍ଚିତ   ତୁମ ବୈଷୟିକ

    ଜ୍ଞାନ ଆମ ଠାରୁ ବେଶି

ଆଶ୍ଚର୍ଯ୍ୟ ଚକିତ   କରି ଦେଉଅଛ

   କେଉଁ ଦୁନିଆଁରୁ ଆସି |


କିଏ କହେ ତୁମ୍ଭେ   ଏଲିଏନ୍ ବୋଲି

   ଅଜଣା ଗ୍ରହର ପ୍ରାଣୀ

ପୃଥିବୀର ଲୋକ   ତୁମ ପରିଚୟ

  ମୋଟେ ପାରୁନାହିଁ ଜାଣି |


ତୁମର ଠିକଣା   କହିଦିଅ ମୋତେ

  ମୋର ବନ୍ଧୁଟିଏ ହୋଇ

ତୁମ ଖାଦ୍ୟପେୟ   ବିଷୟ ଜଣାଅ

   କରିଦବି  ମୁଁ ରୋଷେଇ |


ତୁମ ଗ୍ରହ ନିଶ୍ଚେ   ପୃଥିବୀର ପରି

   ଏତେ ପ୍ରଦୂଷିତ ନୁହେଁ

ଶାନ୍ତି ମୈତ୍ରୀ ପ୍ରୀତି   ସ୍ନେହ ମମତାର

  ବରଷା ବରଷୁଥାଏ |


ପୃଥିବୀରେ ଆଜି   ମଣିଷ ମନରେ

   ଭରପୁର ଅଛି ବିଷ

ସ୍ୱାର୍ଥ ପାଇଁ ସବୁ   କିଛି କରିପାରେ  

    ଏ ସ୍ୱାର୍ଥପର ମଣିଷ |


ତୁମରି ଯାନରେ   ନେଇ ଯାଅ ମୋତେ

    ତୁମ ଅଜଣା ଗ୍ରହକୁ 

ପ୍ରଦୂଷଣମୟ    ପୃଥିବୀରେ ମୋର

   ଇଚ୍ଛା ନାହିଁ  ରହିବାକୁ |


ରୋଗ ବ୍ୟାଧିମୟ   ହେଲାଣି ପୃଥିବୀ

    ବଞ୍ଚିବାଟା ଦୁର୍ବିସହ

ତୁମରି  ଗ୍ରହକୁ   ନେଇଯାଅ ବନ୍ଧୁ

    ୟୁ.ଏଫ୍.ଓ.ରେ ନେଇଯାଅ |


ତୁମ ସାଥେ ସୁଖେ   କାଟି ଦେବି ମୁଁହିଁ

     ମୋହର  ବାକି ଜୀବନ  

ଛନ୍ଦ କପଟର    ପୃଥିବୀରେ ଆଉ

    ରହିବାକୁ ନାହିଁ ମନ |



Rate this content
Log in

Similar oriya poem from Inspirational