ଉଦ୍ୟାନ ବନ୍ଧୁ କିମ୍ପା କରିବା ଚାଷ?
ଉଦ୍ୟାନ ବନ୍ଧୁ କିମ୍ପା କରିବା ଚାଷ?
ଉଦ୍ୟାନ ବନ୍ଧୁ କରିବା ଚାଷ
ପନି ପରିବା ଚାଷ
ଘର ବଗିଚା ତାହାରି ପାଇଁ
କରିବା ଆସ ଚାଷ !!
କରିବା ଚାଷ ଟମାଟୋରର
ପାଇବା ଭିଟାମିନ
କରିବା ଚାଷ ବାଇଗଣ ର
ବ୍ୟତୀତ ସୁଖେ ଦିନ !!
ଗୃହ ଜରୁରୀ ପନିପରିବା
ପାରିବା କରି ରାଷ
କରି ଉଦ୍ୟାନ କରି ଉଦ୍ୟମ
ଚାଷୀ କର୍ତ୍ତବ୍ୟ ଚାଷ !!
ସୁନ୍ଦର ହେବ ପରିବେଶ
ଖୁସି ଲାଗିବ ବହୁ
ରହିବ ସ୍ବାସ୍ଥ୍ୟ ଶରୀର ଆମ
ଝାଳ ବହିବ ତହୁଁ !!
କାର୍ଯ୍ୟ ବାହାର ଶେଷ କରିଣ
ଉଦ୍ୟାନ ପାଇଁ କାର୍ଯ୍ୟ
ପରିଶ୍ରମର ଟି ଅଟେ ଜରୁରୀ
ଉଦ୍ୟାନେ ଚାଷ କାର୍ଯ୍ୟ !!
ଘରେ ମିଳିବ ପନିପରିବା
ତାଜା ମିଳିବ ସବୁ
ଉଦ୍ୟାନ ବନ୍ଧୁ ଚାଷ କରିବା
ତାହା ଜରୁରୀ ବାବୁ !!
ଥିଲେ ଉଦ୍ୟାନ ଆମ ବାଡ଼ିରେ
ମିଳିବ ଅମ୍ଳଜାନ
ପୁଷ୍ପର ବାସ୍ନା ଚହଟି ଯିବ
ମନ ହେବ ପ୍ରସନ୍ନ !!
କର୍ତ୍ତବ୍ୟ ବୁଝି କରିବା ଚାଷ
ସମୟ ଏ କହୁଛି
ଉଚିତ ବେଳ ଅମୃତ କାଳ
ତାହା ଦେଶେ ଆସିଛି !!