Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Children

4  

Bharatabandhu Biswal

Classics Inspirational Children

ଉଦୟ ହୁଅ ଅରୁଣ

ଉଦୟ ହୁଅ ଅରୁଣ

1 min
353



ନୀଳଚକ୍ର ରୂପ    ପତିତପାବନ

    ଠୁଳଶୂନ୍ୟ ଦାରୁବ୍ରହ୍ମ

ଗୋଲକ ବୈକୁଣ୍ଠ   ଶ୍ରୀନୀଳକନ୍ଦର

    ଧାମ ଶ୍ରୀପୁରୁଷୋତ୍ତମ

    ଜୟ ସ୍ୱ।ମୀ ଜଗନ୍ନାଥ

ଜୟ ସନାତନ   ପରମ କାରଣ

    ଈଶ୍ୱର ସୁନ୍ଦର ସତ୍ୟ ।


ନିବାରେ ଶବଦ   ସମୁଦ୍ର ଗର୍ଜନ

    ମେଘନାଦ ଉଚ୍ଚ ବେଢା

ନିର୍ମାଲ୍ୟ କୈବଲ୍ୟ  ଶ୍ରୀମହାପ୍ରସାଦ

     ଅମୃତ ଅନ୍ନ ଅବଢ଼ା

    ମୋକ୍ଷପ୍ରଦ ସ୍ୱର୍ଗଦ୍ୱ।ର

ବଡ଼ଦାଣ୍ଡ ଧୂଳି   ମୁଣ୍ଡେ ବୋଳିହେଲେ

    ଜୀବନ ହୁଅଇ ଧନ୍ୟ ।


ବାଇଶି ପାବଚ୍ଛ    ପୁଣ୍ୟ ମୁକ୍ତିତୀର୍ଥ

     ପବିତ୍ର ମୁକ୍ତି ମଣ୍ଡପ

ବିଜେ ମହାଲକ୍ଷ୍ମୀ   ବିମଳା ସୁଭଦ୍ରା

     ଚଳେ ଜାତି ନନ୍ଦିଘୋଷ

      ଉଦ୍ଘୋଷଇ ପଞ୍ଚଜନ୍ୟ

ପ୍ରଣବ ସ°ସର୍ଗେ   ଉନ୍ମେଷେ ଜୀବନ

     ସଞ୍ଜିବୀତ ହୁଏ ପ୍ରାଣ ।


ପୂତ ଶଙ୍ଖନାଭି     କଳ୍ପବଟ ମୂଳ

     ନୀଳାଚଳ ଶ୍ରୀମନ୍ଦିର

ଚତୁର୍ଦ୍ଧାମୂରତି    ରତ୍ନ ସି°ହାସନେ

     ବିଜେ ସୃଷ୍ଟି ମୂଳାଧାର

     ଉଦ୍ଧର ହେ ନାରାୟଣ

ପ୍ରାର୍ଥଇ ଜଗତ     ମଙ୍ଗଳ ଆଶିଷ

      ଉଦୟ ହୁଅ ଅରୁଣ ।

        


Rate this content
Log in

Similar oriya poem from Classics