ଉଦଯୋଗ ବଳେ ସର୍ବ ସିଦ୍ଧି
ଉଦଯୋଗ ବଳେ ସର୍ବ ସିଦ୍ଧି
ବୁଦ୍ଧି ଖଟାଇ ନିଜର କର୍ମ ଅନୁସାରେ
କାର୍ଯ୍ୟ କରୁଥିବା
ବୁଝି ବିଚାରି କର୍ମ କଲେ ଆମେ ପ୍ରମାଦ
କେବେ ନଭୋଗିବା |୧|
ଶର୍ବରୀ ପାହିଲା, ପ୍ରଭାତ ଆସି ପରା
ପ୍ରବେଶିଲା
ଦେବାଳୟରୁ ଘଣ୍ଟ ନାଦ ବେଦ ଧ୍ୱନୀର
ନାଦ ଶୁଭିଲା |୨|
କୃଷକ ତାହାର କ୍ଷେତକୁ ଆନନ୍ଦରେ କର୍ମ
ପାଇଁ ଆଗେଇଲା
ତାହାର ବେଉସା ଶ୍ରମ, ସେହି କର୍ମ ବେଉସାରେ
ଲାଗି ଗଲା |୩|
ଶ୍ରମିକ ତାର ଅଳସ ପଣ ତ୍ୟାଗ କରି ନିଜର
କର୍ମ ସବୁକୁ ଚାଲେ କରି
ସାର୍ଥକ କରିଥାଏ ସେ ତାହାରି ଏବଂ ଆମରି
ଜୀବନ ସୁକର୍ମ କରି |୪|
ଚାଷୀ ବାପୁଡା କଠିନ ଶ୍ରମରେ ଯୋଗାଉଛି
ସେ ତ ଆମକୁ ଭାତ
ସେ ଭାବୁଥାଏ ତାହା ତାହାର କର୍ମ ଭୂମି, ଧର୍ମ
ଭୂମି ଅଟେ ପରା କ୍ଷେତ |୫|
କିନ୍ତୁ ହେ ପୁଂଜିପତି, ଶିଳ୍ପର ନିଶାରେ ଦେଉ
ଅଛ ତା ପେଶାରେ ନାତ
ବୁଝି ପାରୁନା ହେ ପୁଂଜିପତି, କିପରି ଧୀରେ
ଧୀରେ ତା ରାଗ ହୁଏ ପୁଞ୍ଜିଭୂତ |୬|
ପେଟ ପାଇଁ ନାଟ, ଶିଳ୍ପ କରି ବିକଳ୍ପ,ଅଭାବେ
ଦୂରାଅ ଗ୍ରାମରୁ କୃଷକକୁ
ଭାବୁନ କିଆଁ ଘର ପରିବାର ଗାଁ ଛାଡିଲେ କୃଷକ
ମିଳିବକି କୁହ ଭାତ ଆମକୁ |୭|
ହେ ପୁଂଜିବାଦର ସ୍ତାବକ, ରାମ ରାଇଜର ପ୍ରତିଷ୍ଠା
ପାଇଁ କଳ୍ପନା କରୁଛ
ଉଦଯୋଗ ବଳେ ସର୍ବ ସିଦ୍ଧି ଲାଭ ପରା ହୁଏ, ଏ
କଥାକୁ କିପରି ଭୁଲୁଛ |୮|
ଭାବୁଛ ହେ ପୁଂଜିପତି, ଶ୍ରମିକ ଜାତିକୁ ଠକି ତୁମେ
ଦେଖାଉଛ ତୁମ ସ୍ୱରୂପ
ନାହିଁ ଭ୍ରାତୃଭାବ, ସ୍ନେହ ମମତାର ଡୋର, ତେଣୁ
ଶ୍ରମିକର ଦାରିଦ୍ର୍ୟର ରଙ୍ଗରୂପ !! |୯|
ଯେଉଁଠାରେ କୃଷକ ଶ୍ରମିକ ସାଧରଣ ଲୋକଂକର
ନାହିଁ ସୁଖ, ଶାନ୍ତି ଓ ପ୍ରୀତି
ଏ ନୁହେଁ କି ଆମ ପୁରାଣ ବର୍ଣିତ ଦୁଷ୍ଟ ରାବଣର
ରାଜ୍ୟ ରାଜୁତି |୧୦|
ଯେଉଁ ଦେଶରେ, ଶାସକ ଶାସନ କରୁଛି ଥାଇ
ପୁଂଜିପତି ମାନସିକ ଭାବ
ହେବନି କିଛି ପରିବର୍ତ୍ତନ, ସମସ୍ତ ରାମ ରାଇଜ
ର କଳ୍ପନା ଅଧୁରା ରହିବ |୧୧|
ହେ ଭଉଣୀ ଭାଇ, କଥାରେ କାମରେ ମେଳ ଥିଲେ
ଯାଇଁ ସରବେ ଆଣିବା ଦେଶର ସୁନାମ
ଚଳିଲେ ସତ୍ୟ ନିଷ୍ଠାରେ ପ୍ରତି ପରିବାର ଭିତରେ
ଗଢିବା ଆମର ସମାଜ, ସତ୍ଯ ଯୁଗ ସମ |୧୨|