STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଉଡିବାକୁ ଦିଅ

ଉଡିବାକୁ ଦିଅ

1 min
153


ଉଡିବାକୁ ଦିଅ ମୋତେ ଅନୁମତି ବାରେ

ଡେଣା ମେଲି ଯିବି ଉଡି ଦୂର ନୀଳ ଗଗନରେ

ଦେଖିବି ପରଦେଶ ଦୁନିଆ ବେଭାର

ପ୍ରକୃତିର ସୁଷମାରେ ମୁଁ ହୋଇବି ବିଭୋର।


କେତେ ଦିନ ଆଉ ଏମିତି କୂପମଣ୍ଡୁକ ସମ 

ଘୁରି ବୁଲୁଥିବି ଆପଣାର ସୀମିତ ପରିଧିରେ 

ସବୁ ଜାଣିଛି ବୋଲି ଜୀଉଁଥିବି ତୁଚ୍ଛାକୁ ଗର୍ବରେ 

ବାରେ ପରଖିବାକୁ ଚାହେଁ ଆପଣାକୁ ବିଶ୍ୱ ସ୍ତରରେ।


ଚିନ୍ତା କର ନାହିଁ ମୋ ଉଡାଣକୁ ନେଇ 

ପାରିବି ଉଡି ମୁହିଁ ଦୂର ଉଚ୍ଚ ଗଗନରେ 

ରଚିବି ନୀଡ଼ଟିଏ ଗଢିବି ସ୍ୱକୀୟ ପରିଚୟ 

ଆପଣାର ଶକ୍ତି ସାମର୍ଥ୍ୟ ଅଧ୍ୟବସାୟରେ।


ଏଇ ମାଟି ତ ମୋର ଅତି ଆପଣାର

ଅନାଗତ ଭବିଷ୍ୟ ପାଇଁ କାଇଁ ଚିନ୍ତା କର

ନ ଫେରିଲେ କେବେ କରିବନି ମନ ଉଣା

ଯେଉଁଠି ଥିଲେ ବି ମୁଁ ଏକା ତୁମର।



Rate this content
Log in

Similar oriya poem from Inspirational