STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଉଡ଼ି ଚାଲିଯିବ ହଂସ ଏକାକୀ

ଉଡ଼ି ଚାଲିଯିବ ହଂସ ଏକାକୀ

1 min
197


ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ


ଉଡ଼ି ଚାଲିଯିବ ହଂସ ଏକାକୀ, ରହିବ ଧରା ମେଳଣ,

ଗଛରୁ ଥରେ ଝଡ଼ିଲେ ପତ୍ର, ମିଳିବା ଅତି କଠିନ ।

କିଏ କହିବ ପଡ଼ିବା ସ୍ଥାନ, ଲାଗିଲେ ସୁଅ ପବନ,

ଆୟୁଷ ପୂର୍ଣ୍ଣ ହେଲେ ସରିବ, ହୁକୁମ ଓ ଆଜ୍ଞାମାନ ।

ମଜଭୁତ ସେ ଯମର ଦୂତ, ଝମେଲା କରିବ ଯମ,

କବୀର ଗାଏ ସଭିଙ୍କ ଗୁଣ, ସମସ୍ତଙ୍କୁ କରେ ପ୍ରେମ ।

ଗୁରୁଙ୍କ କର୍ମ ଗୁରୁଙ୍କ ସାଥେ ଚାଲିବ ଦେବାକୁ ଫଳ,

ଚେଲା ବି ନିଜ କର୍ମାନୁସାରେ ଭୋଗିବ ତାହାର ଫଳ ।


Rate this content
Log in

Similar oriya poem from Classics