STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଉଦ୍ଧାର ଉପାୟ

ଉଦ୍ଧାର ଉପାୟ

1 min
117


ଦ୍ରୁତ ଜନସଂଖ୍ୟା ବୃଦ୍ଧି ଅହେତୁକ ସହରୀକରଣ

ବଢେ କଳକାରଖାନା କୋଠା ସଡ଼କ ନିର୍ମାଣ ।

ଅବିଚାରେ ଗଛ କାଟି ଜଙ୍ଗଲକୁ କରାଯାଏ ପଦା

ବିଷମୟ ପରିଣାମ ବିପର୍ଯ୍ୟୟେ କମ୍ପୁଛି ବସୁଧା ।

ବଢେ ଭୂମଣ୍ଡଳ ତାପ ବୃଷ୍ଟିପାତ ପରିମାଣ କମେ

ହ୍ରାସ ହୁଏ ଜଳସ୍ତର ଭୂଭାଗରେ ପ୍ରଦୂଷଣ ଜମେ ।

ଜଳସ୍ଥଳ ପରିବେଶ ଚଉପାଶ ଏ ବାୟୂ ମଣ୍ଡଳ

ବିନାଶ ସଙ୍କଟ ଘୋରେ ଜୈବସ୍ଥିତି ଅସମ୍ଭାଳ ।

 ଜଙ୍ଗଲ ପ୍ରାଣୀ ଧାବନ୍ତି ଜନବସତି ବିକଳେ

ମିଳେ ନାହିଁ ପାଣି ମୁନ୍ଦେ ଖାଦ୍ୟାଭାବ ଜଙ୍ଗଲ ଉଜୁଡେ ।

ପ୍ରଦୂଷଣ ଦୁଷ୍ପ୍ରଭାବେ ତ୍ରାହି ତ୍ରାହି ଜଳଜୀବ ଗଣନ୍ତି ପ୍ରମାଦ

ନଷ୍ଟ ହୁଏ ବିବିଧତା ଅବଲୁପ୍ତ ଦିନୁଦିନ ଜୈବ ଭୂସମ୍ପଦ ।

ସବୁଜିମା ସରୀସୃପ ପକ୍ଷୀ ଜଳସ୍ଥଳ ପ୍ରାଣୀ ଉଭୟଚର

ବାଧାପ୍ରାପ୍ତ ବ°ଶବୃଦ୍ଧି ଉଦବରଣ ଧ୍ୱଂସ ମୁଖରେ ସ°ସାର ।

ଶ୍ରେଷ୍ଠ ଜୀବ ଏ ମାନବ ବୁଦ୍ଧିଜୀବୀ ଖୋଜୁଅଛି ଉଦ୍ଧାର ଉପାୟ

ବିଳମ୍ବରେ ହେଉ ପଛେ ମଙ୍ଗଳ କାରଣେ ହେଉ ଜ୍ଞାନର ଉଦୟ ।


Rate this content
Log in

Similar oriya poem from Tragedy