STORYMIRROR

Dr Baman Chandra Dixit

Abstract Action Inspirational

4  

Dr Baman Chandra Dixit

Abstract Action Inspirational

ଉଡ଼େ ତ୍ରିରଙ୍ଗା

ଉଡ଼େ ତ୍ରିରଙ୍ଗା

1 min
344

ଫରଫର ଉଡେ ତ୍ରିରଙ୍ଗା ପତାକା

ଥରଥର ଥରେ ଅରି

ଧରଧର କରେ ଆୟୁଧ ଅମୋଘ

ମାରମାର ରେ ବଇରୀ।।


ଘରଘର ଘର୍ଘର ଘୋର ନାଦ

ବୀର ଗମ୍ଭୀର ଗର୍ଜନେ

କର ଥରହର ଅବନୀ ଅମ୍ବର

ଭର ଭୟ ବୈରୀ ପ୍ରାଣେ।।


ଘନଘନ ଘନ ଗରଜୁ କମାଣ

ଗଲଵାନ ବା କାଶ୍ମୀର

ଛିନ୍ନ ଭିନ୍ନ କର ଶତ୍ରୁ ସେନା ବଳ

କରକର ନାରଖାର।।


ଦରପଢ଼ା ଘର ପୋଡ଼ା କେତେ ଜଣ

ଉତ୍ପାତ କରନ୍ତି ଏଠି।

ଜାତି ଧର୍ମ ଆଳେ କୁପ୍ରଚାର କରି

ଭେଦଭାବ ଘୃଣା ବାଣ୍ଟି।।


ଜନମ ଭୁଇଁର ପାଣି ପବନରେ

ଜୀବନ ଗଢ଼ା ଯାହାର।

ସେହି ମାତୃକାର ବିନାଶ କାରଣ

ପାଞ୍ଚନ୍ତି ଦୁଷ୍ଟ ପାମର।।


ଗୁଇନ୍ଦା ସାଜନ୍ତି ବଇରି-ସ୍ତାନ ର

ମୁଢ଼ ବେଇମାନ କିଛି।

ଛାତି ଚିରି ଲହୁ ଶୋଷି ନାଶ ପ୍ରାଣ

ଦେଶଦ୍ରୋହୀ ବାଛି ବାଛି।।


ଗୃହ-ଭେଦି ସାଜି ବାଜି ମାରୁଛନ୍ତି

ଦେଶପ୍ରେମ ରାହା ଧରି

ନେତା ମୁଖା ପିନ୍ଧା ଦେଶଦ୍ରୋହୀ କିଛି 

ରାଜନୀତି ଢାଲ ଧରି।।


ତ୍ରିରଙ୍ଗାକୁ ଚାହିଁ ହେଜ ଭାରତୀୟ

ତେଜ ଦେଶଦ୍ଵେଷ ନିତି 

ଫରଫର ଉଡ଼ୁ ଥାଉ ଏ ତ୍ରିରଙ୍ଗା

ଗାଉଥାଉ ଜୟ ଗୀତି।।


Rate this content
Log in

Similar oriya poem from Abstract