STORYMIRROR

Trushna Das

Inspirational

4.0  

Trushna Das

Inspirational

#ଉଦବୋଧନ କବିତା : ନାଗରିକ

#ଉଦବୋଧନ କବିତା : ନାଗରିକ

1 min
250


ହେ ନାଗରିକଗଣ

ହୋଇଯାଇଛି ତୁମର ମତିଭ୍ରଷ୍ଟ

ବୁଦ୍ଧି ସିଦ୍ଧି ହରାଇ ବସିଛ

ଆପଣାଇଛ ତୁମେ କୁପଥ।।


ହେ ନାଗରିକଗଣ

କିଆଁ ହୋଇଛ ଟଙ୍କା ଲୋଭରେ ବଶୀଭୂତ 

ଭୁଲିଗଲଣି ସମ୍ପର୍କର ମୂଲ୍ୟ 

ତୁଳନା କରୁଛ ସବୁକୁ ଟଙ୍କା ସହ।।


ହେ ନାଗରିକଗଣ

ଟଙ୍କା ଅର୍ଜନ କରିବା ପାଇଁ କରୁଛ କୁକର୍ମ 

କେତେବେଳେ ଡ୍ରଗସ୍ ବିକି ତ

ପୁଣି କେତେବେଳେ ବ୍ୟାପାର କରି ଦେହର

କୁହ ତୁମେ କି ସୁଖ ପାଇଛ ହରାଇ ନିଜ ଆତ୍ମ ସମ୍ମାନ।। 


ହେ ନାଗରିକଗଣ

ବ୍ୟସ୍ତତାରେ ଭୁଲି ଯାଇଛ ତୁମେ ତୁମ ବାପା ମାଆଙ୍କୁ,

ତାଙ୍କର ସ୍ନେହ 

ତାଙ୍କ ପାଇଁ ନାହିଁ ସମୟ

ଲେଖୁଛ ନିଜ କର୍ମ ଓ ଭାଗ୍ୟ। 


ହେ ନାଗରିକଗଣ

ଧନ ପାଇଁ ନ ହୋଇ ପାଗଳ

କରି ଚାଳ ସତ କର୍ମ 

ପରିବାରକୁ ବି ଦିଅ ସମୟ

ସାଥି ହୁଅ ସମସ୍ତଙ୍କର ସୁଖ ଦୁଃଖର 

ନ ହେଲେ ସମସ୍ତଙ୍କ ଆଖି ଲୁହରେ ହୋଇବ ଜୀବନ ଅନ୍ଧକାର।।


Rate this content
Log in

Similar oriya poem from Inspirational