STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ଉଦାସ

ଉଦାସ

1 min
373


ମନର ପରିକଳ୍ପନା ଅଧୁରା

ସବୁ ଆଶା ଅପରିପୂର୍ଣ୍ଣ

ଜୀବନ ଧାରଣର ସ୍ପୃହା କ୍ଷୀଣ

ଆତ୍ମୀୟ ସ୍ୱଜନ ବିମୁଖ

ଅସହଯୋଗ ପ୍ରତି କ୍ଷେତ୍ରରେ

ଭାବନା ପରିପ୍ରକାଶ ରେ ବାଧା

ମନରେ ଚଂଚଳତା ର ଅଭାବ

ଉଦାସ ହିଁ ଉଦାସ, ପ୍ରତି ମୁହୁର୍ତ୍ତ ଉଦାସ।


ସମୁଦ୍ର କୂଳରେ ସୂର୍ଯ୍ୟ ଉଦୟ ର ଦୃଶ୍ୟ

ଝରଣାର କୁଳୁକୁଳୁ ନାଦ ଓ ମୂର୍ଚ୍ଛନା

ଇନ୍ଦ୍ରଧନୁର ମନଲୋଭା ରଙ୍ଗ

ବଗିଚାରେ ବିଚରଣ ରଙ୍ଗ ବେରଙ୍ଗ ପ୍ରଜାପତି

ସବୁ ରଙ୍ଗୀନ ଫୁଲର ଆକର୍ଷଣ

ନିଦାଘ ପରବର୍ତ୍ତୀ ଶୀତଳ ପବନ ଓ ବର୍ଷା

ନୂଆ ନୂଆ ଦରୋଟି କଥା କହୁଥିବା ଶିଶୁ

ମନ୍ଦିରର ଶଙ୍ଖ ଓ ଘଣ୍ଟି ର ଶବ୍ଦ

କୋଇଲିର କୁହୁକୁହୁ ତାନ

ରିମଝିମ୍ ତାଳ ଦେଇ ନାଚୁଥିବା ବର୍ଷା

ଉଦାସ ମନକୁ ବିଡମ୍ବନା,ସବୁକିଛି ଉଦାସ ଉଦାସ!


ଦୈନନ୍ଦିନ ଘଟଣାର ଦୃଶ୍ୟ

ଦୁର୍ଘଟଣା ଓ ଅଘଟଣ ଖବର

ଜନ୍ମ ମୃତ୍ୟୁ ର ଆବେଗୀୟ ଭାବ

କୃତିତ୍ବ ସହିତ ପ୍ରଶଂସା ର ସ୍ୱର

ନୂତନ ନିଯୁକ୍ତିର ଖୁସି ମୁହୁର୍ତ୍ତ

ମୃତ୍ୟୁ ଶଯ୍ୟାରେ କବଳିତ ରୋଗୀର ଯନ୍ତ୍ରଣା

ନଅଙ୍କିଆ ଶିଶୁର କ୍ରନ୍ଦନ

ସବୁ ଉଦାସ ଉଦାସ,ଯଦି ମନ ଉଦାସିଆ।


ଉଦାସ ମନର ଭାଷା ଆଉ କଥା

ଉଦାସ କବିର କବିତାର ଛନ୍ଦ

ଉଦାସ ନୃତ୍ୟାଙ୍ଗନା ର ମୁଦ୍ରା

ଉଦାସ ପ୍ରେମିକାର ଆଖି କୋଣର ଲୁହ

ଉଦାସ ଗୃହକର୍ତ୍ତା ର ଦୁଃଖ

ଉଦାସ ମନର ପରିକଳ୍ପନା

ଉଦାସ ହିଁ ଉଦାସ,ସବୁ କିଛି ଉଦାସ ଉଦାସ


ପରିସ୍ଥିତି ର ଚାପରେ ଉଦାସ

ଅସହାୟ ଅବସ୍ଥା ରେ ଉଦାସ

ପ୍ରେମିକାର ଉଦାସିଆ ଠାଣି ରେ ଉଦାସ

ଅକୃତକାର୍ଯ୍ୟ ଫଳ ରେ ଉଦାସ

ପରିଜନଙ୍କ ଅକାଳ ବିୟୋଗରେ ଉଦାସ

ଦୀର୍ଘଦିନ ରୋଗଶଯ୍ୟାରେ ଉଦାସ

ଅକଥନୀୟ ନିର୍ଯାତନା ରେ ଉଦାସ

ହୃଦୟହୀନ କଥାରେ ଉଦାସ

କିଛି ହଜେଇଦେବା ପରେ ଉଦାସ

ଆଶା ଭରସା ଶୂନ୍ୟତା ରେ ଉଦାସ

ଅପେକ୍ଷାରେ ରହି ଦେଖା ନ ମିଳିବା ଉଦାସ

ରୋଜଗାର ନ ଥାଇ ଉଦାସ

ଭିନ୍ନ ଭିନ୍ନ ରୂପ ଥାଇ ଉଦାସ ଉଦାସ।


ଉଦାସ ପର ମୁହୂର୍ତରେ ମିଳିବା ହରଷ

ଜୀବନରେ ଭରିଦିଏ ସରସିଆ ହସ

ସେ ହସ ଖୁସି ର ଅବର୍ଣ୍ଣନୀୟ ଭାଷା

ସତେ କି ନୂଆ ଜିବନ ,ଆଶା ଓ ଭରସା

ଶରୀରରେ ଶତ ସିଂହ ର ବଳ

ଅନ୍ତରର ଭାବରେ ଖୁସିର ଲହରୀ

ଆଉ ଦିଶିବନି ସେଇ ଉଦାସିଆ ଠାଣି!!

ତଥାପି ମନେ ରହିବ ପୁରୁଣା ଉଦାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract