ଉଚ୍ଚାକାଂକ୍ଷା
ଉଚ୍ଚାକାଂକ୍ଷା
ବେଳେବେଳେ ଥକିଯାଏଁ ମୁଁ
ତେଣୁ ଦୂରଯିବା ଛାଡି ଦେଇଛି
ତାହା ନୁହଁ...
ମୁଁ ଚାଲିବା ହିଁ ଛାଡି ଦେଇଛି ।
ସମସ୍ତେ ଦୌଡୁଛନ୍ତି...
ବିନା ପ୍ରତିଯୋଗିତାରେ
କିଏ ଧନ ପଛରେ...
କିଏ ଚାକିରୀ ପଛରେ...
କିଏ ବୃତ୍ତି ପଛରେ
ହେଲେ...
ମୁଁ ଦୌଡ଼ି ଶିଖି ନାହିଁ ବୋଲି
ମତେ ବଦନାମ କର ନାହିଁ;
ପ୍ରଥମେ...
ମୋତେ ଦୌଡ଼ିବାକୁ ଦିଅ
ମୁଁ ବି ସଫଳ ହେଇଯିବି ।
ଏମିତି ଆସିବ ଦିନେ...
ମୁଁ ବି ଜାଣିନଥିବି
ଯୋଉଠି ସୀମାର ହେବ ଅନ୍ତ
ତାକୁ ମୁଁ ପ୍ରାରମ୍ଭ କରିବି ।
କଟାକ୍ଷ କର ନାହିଁ ମୋତେ
ମୁଁ ଦୌଡ଼ିବା ଶିଖୁଛି
ସଂସାରର ମୋହ ମାୟା ଭିତରେ
ନିଜକୁ ନିଜେ ଖୋଜୁଛି ।
