ଉଚ୍ଚ କଳ୍ପନା ଯାର
ଉଚ୍ଚ କଳ୍ପନା ଯାର
ରାଗ:- (ରାମକେରୀ)
ସାକର-ଦର୍ଶନ ସ୍ବପ୍ନର ସେ କରନ୍ତି ରାଷ୍ଟ୍ରରେ,
ତାଙ୍କ ନାମ ଗୁଞ୍ଜୁଅଛି ଯହିଁ ଆଜି ଦୁନିଆରେ !!
ଜନତା କଲ୍ୟାଣ ଅଟେ ପରା ଯାର ମୂଳମନ୍ତ୍ର,
ଆବିଷ୍କାର ଜଡ଼ିତ ସେ କରିଛନ୍ତି ମହାତନ୍ତ୍ର !!
ଟିକା କରୋନାର କୁ ନିର୍ମିତ କଲେ ଯେ ପ୍ରଧାନ,
ହେଲା ଜନଜନ ପାଇଁ ପରା ଏକ ବରଦାନ !!
ରାମଙ୍କ ମନ୍ଦିର ଟି ନିର୍ମିତ ହୁଏ ଅଯୋଧ୍ୟାରେ
ବସୁଧୈବ ଓ କୁ ଟୁ ମ୍ବ କ ମ୍ ମନ୍ତ୍ର ହୃଦୟରେ !!
ସ୍ବପ୍ନର ସଂସଦ କରିଲେ ଉଦଘାଟନ ଯାରେ
ସମର୍ପିତ କରିଲେ ପ୍ରଧାନ ନୂଆ ଭାରତରେ !!
ସଂସଦ ଭବନ ଅଟେ ଟି ଏ ରାଷ୍ଟ୍ର ଅଭିମାନ,
ଆତ୍ମନିର୍ଭର କ୍ରୀତି ନୂଆ ଏ ସଂସଦେ ଗୁଞ୍ଜନ !!
ଚିହ୍ନ ପରାଧୀନ ଯହୁଁରେ ଏବେ ହେଉଛି ଶୂନ୍ୟ,
ତହିଁ ଗର୍ବିତ କରୁଛି ଦେଶେ ନୂତନ ଭବନ !!
<
br>
ଅତ୍ୟାଧୁନିକ ତନ୍ତ୍ରେ ଏହୁରେ ନିର୍ମିତ ହୋଇଛି,
ଦେଶବାସୀ ମନ ଆଜି ପରା ଖୁସିରେ ନାଚୁଛି !!
ଶୋଭିତ ଭବନ ମୟୁର ଓ କମଳ ପୁଷ୍ପରେ,
ସଂସ୍କୃତି ସଂସ୍କାର ଦୃଶ୍ୟର ଏ ସର୍ବୋଚ୍ଚ ରୂପରେ !!
ମୟୁର ଅଟେ ଟି ପରା ଯହୁଁ ରାଷ୍ଟ୍ରୀୟ ପକ୍ଷୀ ରେ,
ତାହା କରୁଛି ଶୋଭିତ ପକ୍ଷୀ ଟି ଲୋକସଭାରେ !!
ପରା ଲକ୍ଷ୍ମୀଙ୍କ ଆସନ ଯହୁଁ ପୁଷ୍ପ କମଳର
ସୁଶୋଭିତ କରୁଛି ଏହାକୁ ଏ ରାଜ୍ୟସଭାର !!
ଏତେ ଦିନ ପରେ ନିର୍ମିତ ଏ ସଂସଦ ଭବନ,
ନୂତନ ଏ ଭାରତ ଲେଖିଛି କ୍ରୀତି ଟି ନୂତନ !!
ସେଙ୍ଗୋଲ ସ୍ଥାପିତ କରିଲେ ଏ ସଂସଦ ଭବନେ,
ରାଜଦଣ୍ଡ ନାମେ ପରା ଏହୁ ଗୁଞ୍ଜେ ଜନମନେ !!
ଲୋକସଭା ମଧ୍ୟେ ସ୍ଥାପିତ ଟି କରିଲେ ଏହାକୁ,
ଅନ୍ୟାୟ କାର୍ଯ୍ୟକୁ କରିଲେ ହେ ପାଇବ ଦଣ୍ଡକୁ !!
ଅମୃତ କାଳର ଏ ପବନ ବୋହୁ ଅଛି ଦେଶେ,
ଅତି ସୁନ୍ଦର ଆଜି ଆମ ଏ ହିନ୍ଦୁସ୍ଥାନ ଦିଶେ !!