STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ଉଆଁସ ରାତି

ଉଆଁସ ରାତି

1 min
629

ସଞ୍ଜ ନଇଁଗଲା ପୀରତି ନଈରେ

ନେଇ ଅସୁମାରୀ ସ୍ୱପ୍ନ

ଧୂଳି ଧୂସରରେ ସାଉଁଟି ଚାଲିଛି

ହଜିଲା ପାଦର ଚିହ୍ନ

ଘନ ଅନ୍ଧାରଟା ମାଡ଼ି ମାଡ଼ି ଆସେ

ସତେକି ଉଆଁସ ରାତି

ମରୀଚିକା ସାଜି ମରୁଭୂମି ପରେ

ଜଳାଏ ଜୀବନ ବତୀ,

ନିରବ ଆଖିରୁ ଝରିପଡ଼େ ଲୁହ

ଦରଦରେ ବନ୍ଧା ମନ

ଚାଲିବାକୁ ହେବ ଅମଡ଼ା ପଥରେ

ଅଜଣା ପଥିକ ହୋଇ

କଳଙ୍କରେ ବୋଳା ଟୁକୁରା ହୃଦୟ

କାନ୍ଦୁଥାଏ କାହା ପାଇଁ,

ବିତି ଯାଏ ରାତି ଖୋଲା ଦରଜାରେ

ଯାତନାଟା ଲହୁ ହୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract