ତ୍ୟାଗ ହିଁ ପ୍ରେମ
ତ୍ୟାଗ ହିଁ ପ୍ରେମ
ପ୍ରେମ ତ ସମସ୍ତେ କରନ୍ତି
ମଣିଷ ,ପଶୁପକ୍ଷୀ ,କୀଟ ପତଙ୍ଗ
ଏମାତି ସମସ୍ତ ଜୀବମାନେ
ହେଲେ ଏ ମଣିଷ କିଛି ଭିନ୍ନ
ଜାଣିବାରେ ହେଉ ବା କହିବାରେ
ପ୍ରେମ କରିବାରେ ହେଉ
ଅବା ସେ ଶିଖିବାରେ
ପାରଙ୍ଗମ ଅଟେ ଏ ମଣିଷ
କିନ୍ତୁ ପାଲଟିଯାଏ କେବେ କିଏ
ଏ ପ୍ରେମର ରଜ୍ଜୁ ଛିଡିଯିବା ଭୟେ
ନର ରୁ ରାକ୍ଷାସ ବା
ନାରୀ ରୁ ରାକ୍ଷାସୁଣୀ
କାହିଁକି ଆମେ ଆମ ଭିତରେ ଲଢୂ
ପ୍ରେମ କରିବା ପାପ ନୂହଁ
ହେଲେ ପ୍ରେମ ପାଇଁ ତ୍ୟାଗ ଚିନ୍ତା ରଖ
ସମାଜର ମଙ୍ଗଳ ହେବ
