STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ତୁଠ ପଥର

ତୁଠ ପଥର

1 min
356


ଗାଁ ପୋଖରୀ ରେ ତୁଠ ପଥର ମୁଁ ସାଜୁ ଥାଏ ଖାଲି କୂଳ

ମୁହଁ ଅନ୍ଧାରକୁ କୁଆଁ ତାରା ଖୋଜେ କୁଆଁରୀ ଆଖିର ଘେର

ଭୁଆଶୁଣି ଆସେ ପାଦ ମାଜି ଏଠି

ବଜେଇ ପାଉଁଜି ତାର

ନିରୀମାଖୀ ଆକାଶର ନିର୍ଲଜ ହସ ଛଡ଼ା ଉ ଥାଏ ଅପରାହ୍ନର ବୟସ ବାରମ୍ବାର

ପୁଣି କାହା ପୋଡା କପାଳ ନିନ୍ଦୁଥାଏ ମୋ ଛାତିରେ ବାର ବାର 

କେହି ପୁଣି ରଙ୍ଗଉ ଥାଏ

ଜୀବନର ଭଙ୍ଗା ଗଢ଼ା ମୁହୂର୍ତ୍ତ କୁ ତାର

ମୁଁ କିନ୍ତୁ ପଡିଥାଏ ବୁଢ଼ୀଅସୁରୁଣୀ ଗପର ଅଳରା ଅସନା କାହାଣୀପରି 

ସମୟର ଅଦୃଶ୍ୟ ଛାଇ ରେ ଲେଉଟାଇ ମୋର କଡ଼।


ସବୁ ସମ୍ପର୍କ ର ଡୋର ଭିତରେ ଛନ୍ଦା ଛନ୍ଦି ଜୀବନ

ଆଞ୍ଜୁଳାଏ ବାଲି ଭିତରୁ ଝରୁଥାଏ ଚିକିମିକ ସୁଖ ଆଉ ଦୁଃଖ ର ଅସରନ୍ତି ମୁକୁତା ର ହାଟ

କାକର ଭିଜା ସ୍ବପ୍ନ ସବୁ ମିଳେଇ ଯାଆନ୍ତି ସୁନା ଖରା ଫିଟା ଡେଣାରେ

କେତେବେଳେ ସମ୍ପର୍କ ସବୁ ସାଉଁଟୁ ଥାଏ ଅଜଣା ଫୁଲଫୁଟା ଋତୁ ଆଉ କେବେ କଡ଼ ଲେଉଟାଇ ଚାହିଁ ମୁରୁକି ହସା ଦିଏ ଅପରାହ୍ନ ର ଛାଇ।

ତାରି ଭିତରେ ଆଉଟା ଲୁହ ସବୁ ଭସେଇ ନିଏ ଚୁପଚାପ ସମୟର ଠିକଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract