STORYMIRROR

Sarojini Mishra

Classics

4  

Sarojini Mishra

Classics

ତୁଣ୍ଡରେ ଥାଉ ଜଗନ୍ନାଥ ନାମ

ତୁଣ୍ଡରେ ଥାଉ ଜଗନ୍ନାଥ ନାମ

1 min
280


ତୁଣ୍ଡରେ ଥାଉ ମୋ ଜଗନ୍ନାଥ ନାମ

ମନେ ଉଠୁ ଥାଉ ଭାବ ଲହରୀ

ପଞ୍ଚା ମହାଭୂତୁ ଆସିଛି ପ୍ରଭୁ ହେ

ନାମ ତୁଣ୍ଡେ ନେଇ ଯିବି ବାହାରି |


ପଞ୍ଚଇନ୍ଦ୍ରିୟ ର ସଦୁପଯୋଗରେ

ତୁମ ନାମ ଦେବ ଅପୂର୍ବ ଶକ୍ତି

ଷଡ଼ରିପୁ ମୁହିଁ ଦମନ କରିବି 

ମୁଖେ ଗାଇ ପ୍ରଭୁ ନାମ ଓ ସ୍ତୁତି |


ସଂସାର ସାଗରେ କରମ ଯୋଗରେ

ପଦ୍ମ ପତରର ଜଳର ସ୍ଥିତି

ଢଳ ଢଳ ହୋଇ ତୁମ ନାମ ଧରି

ଭବ ତରଙ୍ଗିଣୀ ହେବି ହେ ପାରି ।


ଜଗନ୍ନାଥ ତୁମ ନାମ କୈବଲ୍ୟରେ

ସରଜନା ହେବ ଧଇର୍ଯ୍ୟ ବନ୍ଧ

ପୂଜା ମନ୍ତ୍ର କିଛି ଜାଣି ନାହିଁ ପ୍ରଭୁ

ତୁମ ନାମ ଗାଇ ହୋଇବି ଅନ୍ଧ |


ତୁଣ୍ଡେ ତୁମ ନାମ ଗାଇ ଯାଉ ଥିବି

ହୃଦ ସିଂହାସନେ ଦେବି ବସାଇ

ରତ୍ନ ସିଂହାସନ ନଥିଲେ କି ହେଲା

ମୋ ଶ୍ରଦ୍ଧା ଗଳୀକୁ ଆସିବ ଧାଇଁ ।


ତୁମ ପାଖେ ଶଙ୍ଖ ବାଜିବାକୁ ନାହିଁ

ବେଦନା ର ଶଙ୍ଖ ଦେବି ବଜାଇ

ତୁମ ନାମ ତୁଣ୍ଡେ ଧରି ଜଗନ୍ନାଥ

ଆଖି ଲୁହେ ଦେବି ପାଦ ମୁଁ ଧୋଇ ।


ତୁମ ନାମ ଧରି ଶ୍ରଦ୍ଧା ସୁମନ ରେ

ସଜାଇ ଦେବି ହେ ବଡ ଠାକୁରେ

p>

ତୁମରି ନାମକୁ ତୁଣ୍ଡ ରେ ଧରି ମୁଁ

ନୈବେଦ୍ୟ ଦେଖିବି ଖୁଦ ଭଜାରେ |


ତୁମ ନାମ ତୁଣ୍ଡେ ଗାଇ ଗାଇ ପ୍ରଭୁ

କର୍ତ୍ତବ୍ୟ କର୍ମ ରେ ଲିପ୍ତ ରହିବି

ତୁମ ନାମ ତୁଣ୍ଡେ ଧରି ଜଗନ୍ନାଥ

ଏ ଭବ ସାଗର ପାରି ମୁଁ ହେବି | 


ତୁମରି ନାମରୁ ବିଶ୍ୱାସ ପାଇବି

ନାମରୁ ପାଇବି ଭରସା ରାଶି

ତୁମ ନାମ ତୁଣ୍ଡେ ଥିଲେ ଜଗନ୍ନାଥ

ହୋଇ ଯିବି ପରା ଶ୍ରୀକ୍ଷେତ୍ର ବାସୀ ।


ସକାଳ ସୁରୂଜ ମୁରୂଜ ବୁଣିଲେ

ଗାଇ ଦେଉଥିବି ତୁମରି ନାମ

ପକ୍ଷୀ କାକଳୀରେ ସବୁଜ କଳୀରେ

ଅନୁଭବୁ ଥିବି ତୁମକୁ ଶ୍ୟାମ |


ତୁମ ନାମ ତୁଣ୍ଡେ ଗାଇ ଜଗନ୍ନାଥ

ନିଦରୁ ଉଠିବି ଖୁସୀ ମନରେ

ତୁମରି ନାମକୁ ଗଣ୍ଠିଧନ କରି

ଶୋଇଯିବି ପ୍ରଭୁ ରାତ୍ରୀ କୋଳରେ |


ତୁମରି ନାମକୁ ଆହୁଲା କରି ମୁଁ

ପାରି ହୋଇଯିବି ଏ ଭବ ବାରି

ତୁମରି ନାମର ଶାଶ୍ଵତ ସ୍ପର୍ଶରେ

ବରଷୁ ଥିବ ଯେ ଶାନ୍ତିର ବାରି ।


ଆହେ ଜଗନ୍ନାଥ ଭକତ ବାନ୍ଧବ

କରୁଅଛି ଆହେ ଏହି ବିନତି

ତୁମ ନାମ ସଦା ଏ ତୁଣ୍ଡରେ ଥାଉ

ମଣିଷ ଜୀବନ ପାଉ ସୁଗତି ।


Rate this content
Log in

Similar oriya poem from Classics