ତୁମଠୁ ହିଁ ଶିଖିଥିଲି
ତୁମଠୁ ହିଁ ଶିଖିଥିଲି


ଆଜି ଭାବୁଛି
ପ୍ରେମ ହିଁ ନିରବତାର
ପ୍ରକୃତ ଭାଷା......
ଅପ୍ରକାଶ୍ୟରେ ମଧ୍ୟ ବୁଝି ହୋଇଯାଏ
ତୁମଠୁ ତ ଶିଖିଥିଲି ଏସବୁ ।
ଆଜିର ଏ ଶୀତୁଆ ସକାଳ
ଗୁମ୍ ସୁମ୍ ପରିବେଶ ମଧ୍ୟରେ
ତୁମର ଅନେକ ଭାଷା
ମୋ ମନର ଅପ୍ରକାଶ୍ୟରେ
ମୋ ଲାଳିତ୍ୟର ତରଙ୍ଗରେ ।
ଦୁଷ୍ଟାମୀର ଆଳ ନେଇ
ମୋତେ ଚିଡ଼େଇବାର ଢଙ୍ଗ
ପୁଣି ଲୁଚି ଲୁଚି ମୋ ପ୍ରତିକ୍ରିୟାକୁ
ବାଁଆରେଇ ବାଁଆରେଇ ମୋତେ
ଦେଖିବାର ଠାଣି,
ସବୁ ମନେପଡେ ଏଇ
ଶୀତୁଆ ସକାକ ରେ ।
ବେଳେ ବେଳେ ତୁମର ଥଟ୍ଟା ପରିହାସ
ତୁମ ଉପରେ ହିଁ ଭାରି ପଡ଼ିଯାଏ
ଯେତେ ପର୍ଯ୍ୟନ୍ତ ମୁଁ
ନିରବ ନ ଥାଏ ।
ଏ ନୀରବତା
ମୋ ଅଭିମାନ ନୁହେଁ
ତୁମକୁ ଚିଡ଼େଇବାର
ଅନ୍ୟ ଏକ ଠାଣି ।
ଆଜି ସତ କହୁଛି
ଏ ଠାଣିଟା,
ତୁମଠୁ ତ ଶିଖିଥିଲି ।