STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁମଠାରୁ ଶ୍ରେଷ୍ଠ କିଏ

ତୁମଠାରୁ ଶ୍ରେଷ୍ଠ କିଏ

1 min
249


ମୁନି ଋଷି ଯାଙ୍କୁ ଧ୍ୟାୟନ୍ତି ମନରେ

     ଏକା ଏକା ବସି ବନେ.

ସେ ବିଶ୍ୱ ନିୟନ୍ତା କାହାକୁ ଧ୍ୟାୟନ୍ତି

     ଏକା ବସି ସିଂହାସନେ.

 ସ୍ୱୟଂ , ସ୍ତମ୍ଭୀଭୁତ ଯୋଗ ଧ୍ୟାନେ. l0l


ଭକତେ ଚାହାଁନ୍ତି ତୁମ ପଦସେବା

     ସଂସାରୁ ତରିବା ପାଇଁ.

ପ୍ରତ୍ୟାଖ୍ୟାନ କରି ତାଙ୍କ ସେବା ପ୍ରଭୁ

     କାହାକୁ ରହିଛ ଚାହିଁ.

ଆଉ କିଏ ଅଛି ଶ୍ରେଷ୍ଠ ତୁମ ଠାରୁ

     ଧ୍ୟାୟୁଛ ତାହାଙ୍କୁ ମନେ l1l


ଜଗତ ଚିହ୍ନିଛି ତୁମେ ପରା ଶ୍ରେଷ୍ଠ

     କେହି ନାହିଁ ତୁମ ବିନା.

ଯଦି କିଏ ଅଛି ଶ୍ରେଷ୍ଠ ତୁମ ଠାରୁ

     କେଉଁଠି ତାଙ୍କ ଠିକଣା.

ଠିକଣା ନ ଦେଲେ ନ ଦିଅ ପ୍ରଭୁହେ

      ମନା କରନି ଚରଣେ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational