ତୁମଠାରୁ ଶ୍ରେଷ୍ଠ କିଏ
ତୁମଠାରୁ ଶ୍ରେଷ୍ଠ କିଏ
ମୁନି ଋଷି ଯାଙ୍କୁ ଧ୍ୟାୟନ୍ତି ମନରେ
ଏକା ଏକା ବସି ବନେ.
ସେ ବିଶ୍ୱ ନିୟନ୍ତା କାହାକୁ ଧ୍ୟାୟନ୍ତି
ଏକା ବସି ସିଂହାସନେ.
ସ୍ୱୟଂ , ସ୍ତମ୍ଭୀଭୁତ ଯୋଗ ଧ୍ୟାନେ. l0l
ଭକତେ ଚାହାଁନ୍ତି ତୁମ ପଦସେବା
ସଂସାରୁ ତରିବା ପାଇଁ.
ପ୍ରତ୍ୟାଖ୍ୟାନ କରି ତାଙ୍କ ସେବା ପ୍ରଭୁ
କାହାକୁ ରହିଛ ଚାହିଁ.
ଆଉ କିଏ ଅଛି ଶ୍ରେଷ୍ଠ ତୁମ ଠାରୁ
ଧ୍ୟାୟୁଛ ତାହାଙ୍କୁ ମନେ l1l
ଜଗତ ଚିହ୍ନିଛି ତୁମେ ପରା ଶ୍ରେଷ୍ଠ
କେହି ନାହିଁ ତୁମ ବିନା.
ଯଦି କିଏ ଅଛି ଶ୍ରେଷ୍ଠ ତୁମ ଠାରୁ
କେଉଁଠି ତାଙ୍କ ଠିକଣା.
ଠିକଣା ନ ଦେଲେ ନ ଦିଅ ପ୍ରଭୁହେ
ମନା କରନି ଚରଣେ l2l
