STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

1 min
204


ତୁମ୍ଭରି ସ୍କୃତିରେ ତୁମ୍ଭରିପ୍ରିତୀରେ

      ଲାଗି ଯାଉ ଏହି ମନ,

ତୁମ୍ଭରି ଭଜନେ ତୁମ୍ଭରି କୀର୍ତ୍ତନେ

     ଗାଇ ଚାଳିଯାଉ ପ୍ରାଣ । ।

ତୁମ୍ଭ ନାମ-ଧାମ ହେ କରୁଣା ପ୍ରେମ

     ଦୃଶ୍ୟ ହେଉଚିତ୍ର ପଟ୍ଟେ,

ତୁମ୍ଭ ଗୁଣ ଗାଥା ନିତ୍ୟ ଗାଉଥିବି

    ଜୀବ ଥିବା ଯାଏ ଘଟେ ।।

ଘଟେ ଘଟେ ବାସ ହେ ଶୁନ୍ୟପୁରୁଷ

      ଘାଟବାଲା ବ୍ରହ୍ମାଣ୍ଡର,

ମାୟା ପାରାବାରୁ ଆହେ ମହାମେରୁ

     ଉଦ୍ଧର ହେ ଚକ୍ରଧର ।।

ଚିତ୍ତମତ୍ତି ମୋର ତୁମ୍ଭ ଶ୍ରୀପୟରେ

      ସଦାକାଳେ ରହିଥାଉ,

ତୁମ୍ଭେ ମୋର ସ୍କୃତି ତୁମ୍ଭେ ହିଁ ବିସ୍ମୃତି

      ଆହେ ପ୍ରଭୁ ମହାବାହୁ ।।

କରିବ କରୁଣା କରୁଣା ସାଗର

    ଦୀନବନ୍ଧୁ ହେଅଚ୍ଯୁତ ,

ଭୁଲିଯିବ ନାହିଁ ଆହେ ଭାବଗ୍ରାହୀ

   ତୁମ୍ଭ ପାଦତଳେ ଚିତ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational