STORYMIRROR

Krishna Mishra

Classics

4  

Krishna Mishra

Classics

"ତୁମରି ଅସ୍ତିତ୍ବ"

"ତୁମରି ଅସ୍ତିତ୍ବ"

1 min
527


ଅବିରାମ ସମୟର ଧାରା

ଭସାଇ ନେଇଛି ଜୀବନର ସବୁକିଛି

ରହିଛି କେବଳ ତୁମରି ଅସ୍ତିତ୍ବ

ପାସୋରି ଦେଇଛି ସବୁ!

ଏମିତିକି ଭାଷା ମଧ୍ୟ

ମାନସପଟରେ ବାସ୍, ତୁମେ ଆଉ ତୁମେ l


ମଉନେ ମୁଁ,

ସାଉଁଟୁଛି ତୁମରି ସ୍ମୃତି,

ସତେକି ସଦ୍ୟ ଗଙ୍ଗଶିଉଳି!

ଆଉ ମହକେ ତା'

ଭିଜି ଯାଉଛି ମୋ ଅନ୍ତର !


ଅନେକ ଥର 

ସେଇ ଧୂସରିତ ଉଦାସୀନ ବେଳାରେ,

ମେଘ ହୋଇ ତୁମେ,

ବରଷି ଯାଇଛ ନୟନୁ ମୋ'ର !

ଅହର୍ନିଶ ଓଠରେ ମୋ କମ୍ପନ

କହିବାକୁ କିଛି, ଅସ୍ପଷ୍ଟ ଶବ୍ଦ !

ସମଗ୍ର ଭୂମଣ୍ଡଳେ ଖୋଜୁଛି ସ୍ବୟଂ କୁ,

ସଂସାରେ ରହିଛି,

କେବଳ ତୁମ ଅସ୍ତିତ୍ବ

ଆଉ ମୋର ଆଳାପ! l


ତୁମ ଓ ମୋ ଶବ୍ଦ ଭିତରେ,

ସୃଷ୍ଟ ଏକ ସୁନ୍ଦର ଅନ୍ତରୀପ,

ବିଚ୍ଛୁରିତ ଉଜ୍ଜ୍ୱଳତା ଅମାପ

ଆଭ୍ୟନ୍ତରୀଣ ଉତ୍ତାପ,

ଦାବାନଳ ହୋଇ ଜଳାଉ ନାହିଁ,

ବରଂ

ତୁମ ଅସ୍ତିତ୍ବ,

ଆତ୍ମାକୁ ମୋର ତେଜୋମୟ କରୁଛି,

ବାରମ୍ବାର ସେଇ ଅଗ୍ନି ବଳୟରେ

ନିଜକୁ ଆହୁତି ଦେଇ ମୁଁ ଝଟକି ଉଠୁଛି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics