STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତୁମର ବନ୍ଧୁ

ତୁମର ବନ୍ଧୁ

1 min
233

ବିଷ ପାନ କରି

ଅମୃତ ଦିଏ

ନିଜେ ମରି

ଜଗତ ବଂଚାଏ

ମୋ ଯୋଗୁଁ ବରଷା

ବାୟୁମଣ୍ଡଳ ଵିଶୁଦ୍ଧ

ମୃତ୍ତିକା କ୍ଷୟ ନ ହୁଏ।


ମୌଳିକ ଚାହିଦା

ଘର, ଖାଦ୍ୟ ଓ ବସ୍ତ୍ର

ମୁଁ ପୂରଣ କରଇ

ମୋ ପାଇଁ ସୁନ୍ଦର

ଏଇ ଜଗତ ଜୀବନ

ସବୁରି ମୁହଁରେ ହସ ଦିଅଇ।


ଲାଖ,ଝୁଣା,ମହୁ

ଚେରମୁଳି ଔଷଧ

ଫଳ ଫୁଲ ଓ ଅମ୍ଳଜାନ

ଦେଉଛି ଅକତାରେ

ମୋ ଯୋଗୀ ସୁସ୍ଥ

ସବୁରି ପ୍ରାଣ।


ସୁନ୍ଦର ସୁଷମା ରାଜି

ମୁଁ ମାଟି ପରେ ଥିଲେ ବିରାଜି

ସବୁଜିମା ଭରେ କୋଣେ ନୁ କୋଣେ

"ଗଛ ମୁଁ ତୁମର ବନ୍ଧୁ"

ମୋର ଯତ୍ନ ନିଏ ସର୍ବେ ହରଷ ମନେ।


ଯେତେ ପାର ସେତେ

ଗଛ ଲଗାଅ

ପ୍ରାକୃତିକ ସଂଜୀବନୀ

ବଢ଼ାଇ ଦିଅ

ମୋ କୋଳେ ହରଷ ହୋଇ

ସମସ୍ତ ଜୀଵ ଜଗତ

ବଞ୍ଚ ଖୁସି ଓ ସୁସ୍ଥତା ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational