STORYMIRROR

Brundabana Pradhan

Romance

2  

Brundabana Pradhan

Romance

ତୁମପରି

ତୁମପରି

1 min
122

କାନଭାସରେ

ଦେଖିଲି ଛବିଟିଏ 

ଠିକ୍ ଏକା ତୁମପରି। 

ସତେଜ ଦେଖାଯାଉଛି 

ନୀଳ ଆକାଶର ଭସା ଭସା ବଉଦ

ଅଗଣାରେ ତୁମ

ନୀଳ ନୀଳ ଗୋଲାପ 

ସତେ ଜୀବନ୍ତ ଅଟେ 

ନୁହେଁ କାନଭାସରେ ଅଙ୍କିତ ଚିତ୍ର ପରି......... 

କାନଭାସରେ ଦେଖିଲି

ଛବିଟିଏ ଠିକ୍ ଏକା ତୁମପରି...... 

ଅଗଣାର ସେଇ ରକ୍ତାକ୍ତ ଗୋଲାପ କଢଟି 

ଇଙ୍ଗିତ କରୁଛି ତମ ଓଠକୁ 

ନୀଳ ଆକାଶ ବି 

ଜଣାଇଦେଉଛି

ସତେ ତମେ ପିନ୍ଧିଥିବା

ଶାଢୀର ନୀଳ ଧଡିଟି 

ସତେ ଥିଲା ତାହା କ'ଣ 

କାନଭାସ୍ ??????

ମନେ ମନେ ନିଜକୁ

ପରଖୁଥିଲି ନିରୁଖୁଥିଲି 

ଛବିଟିଏ ଠିକ୍ ଏକା ତୁମପରି.....

ସେଦିନ 

ମାର୍ଜିତ କରୁଥିଲି ମୋ ମତିକୁ 

କ୍ଷଣିକ ପାଇଁ ଅଟକାଇ 

ଦେଉଥିଲା ମୋ ହୃଦ 

ସ୍ପନ୍ଦନ ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance